Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଢିଲା ଅର୍ଗସ ନ୍ୟୁଜ୍‌ ଯୁବ ପ୍ରତିଭା ସମ୍ମାନ- ୨୦୨୫ର ପଞ୍ଜୀକରଣ ତାରିଖ

Odisha

ବଢିଲା ଅର୍ଗସ ନ୍ୟୁଜ୍‌ ଯୁବ ପ୍ରତିଭା ସମ୍ମାନ- ୨୦୨୫ର ପଞ୍ଜୀକରଣ ତାରିଖ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଢିଲା ଅର୍ଗସ ନ୍ୟୁଜ୍‌ ଯୁବ ପ୍ରତିଭା ସମ୍ମାନ- ୨୦୨୫ର ପଞ୍ଜୀକରଣ ତାରିଖ

ଯୁବ ପ୍ରତିଭାଙ୍କ ପାଇଁ ଖୁସି ଖବର। ବଢିଲା ଅର୍ଗସ ନ୍ୟୁଜ୍‌ ଯୁବ ପ୍ରତିଭା ସମ୍ମାନ- ୨୦୨୫ର ପଞ୍ଜୀକରଣ ତାରିଖ। ଅର୍ଗସ ନ୍ୟୁଜ୍ ଯୁବ ସମ୍ମାନ- ୨୦୨୫କୁ ନେଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହକୁ ନଜରରେ ରଖି ତାରିଖ ବୃଦ୍ଧି କରାଯାଇଛି। ଫେବ୍ରୁଆରୀ ୧୦ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖରେ ସରିବାକୁ ଥିବା ବେଳେ, ଆହୁରି ଅଧିକ ସଂଖ୍ୟାରେ ପ୍ରତିଭାମାନେ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିବାରୁ ତାରିଖ ବୃଦ୍ଧି କରିବାକୁ ସାଧାରଣରେ ଦାବି ହୋଇଥିଲା। ସମସ୍ତଙ୍କ ଆଗ୍ରହକୁ ଅଗ୍ରାଧିକାର ଦେଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାରିଖ ବୃଦ୍ଧି ହୋଇଛି। ଯେଉଁମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ ନକରିଛନ୍ତି ସେମାନେ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପଞ୍ଜୀକରଣ କରିପାରିବେ।


ଦେଶର ବିକାଶରେ ଓଡ଼ିଶାର ଯୁବପିଢ଼ିଙ୍କ ଅସାଧାରଣ ଅବଦାନକୁ ସମ୍ମାନ ଦେବା ପାଇଁ ଅର୍ଗସର ଏହା ଏକ ନିଆରା ପ୍ରୟାସ। ମନୋରଞ୍ଜନ, କ୍ରୀଡା, ଉଦ୍ୟୋମିତା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ପ୍ରଯୁକ୍ତିବିଦ୍ୟା, ଶାସନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭଳି ପ୍ରମୁଖ କ୍ଷେତ୍ରରେ ଅବଦାନ ଥିବା ଯୁବପିଢିଙ୍କୁ ମିଳିବ ଏହି ସମ୍ମାନ। ଯୁବ ପ୍ରତିଭା ସମ୍ମାନ ଓଡ଼ିଶାର ସେହି ଯୁବପିଢିଙ୍କୁ ସମ୍ମାନ ଦେବ ଯେଉଁମାନେ ଅସାଧାରଣ କାର୍ଯ୍ୟ କରିଛନ୍ତି ଏବଂ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


https://yuvaprativasammana.argusnews.in/ ଓ୍ବେବ ସାଇଟ୍‌କୁ ଯାଇ ରେଜିଷ୍ଟ୍ରେସନ କରିପାରିବେ। ଆପଣଙ୍କର ଯେଉଁ କ୍ଷେତ୍ରରେ ଅବଦାନ ରହିଛି ଆପଣ ସେଥିରେ ରେଜିଷ୍ଟର କରିବେ। ଏଥିରେ ନିଜର ମେଲ୍ ଆଇଡି, ନାମ, ବୟସ, ଯୋଗାଯୋଗ ନମ୍ବର ସହ ଦକ୍ଷତା ନେଇ ସୂଚନା ଦେବାକୁ ପଡିବ। ଏହା ସହିତ ଆପଣଙ୍କ କାର୍ଯ୍ୟର କ'ଣ ପ୍ରଭାବ ପଡିଛି ବା impact of work , ୩୦୦ ଶବ୍ବ ମଧ୍ୟରେ ଲେଖନ୍ତୁ। କାହିଁକି ଆପଣ ଏହି ସମ୍ମାନ ପାଇଁ ଆବେଦନ କରୁଛନ୍ତି ଏବଂ ଆପଣ କେମିତି ଏଥିପାଇଁ ଯୋଗ୍ୟ ବୋଲି ବିଚାର କରୁଛନ୍ତି ସେନେଇ ଉଲ୍ଲେଖ କରନ୍ତୁ। ଏକ ପାସପୋର୍ଟ ସାଇଜ୍‌ ଫଟୋ, personal profile, previous achievement, ଯଦି ଆପଣଙ୍କ କାର୍ଯ୍ୟ ସମ୍ଭନ୍ଧୀୟ କିଛି ଭିଡିଓ ଅଛି ତାହା ଅପଲୋଡ୍ କରନ୍ତୁ । ନିଜର ପ୍ରୋଫାଇଲ୍ ଡିଟେଲ୍ସ ଦିଅନ୍ତୁ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧। ଆବେଦନକାରୀଙ୍କ ବୟସସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆବେଦନ କରିବାର ସମ୍ଫୁଣ୍ଣ ଭିଡିଓ ଅର୍ଗସ ନ୍ୟୁଜ୍‌ ୟୁଟ୍ୟୁବ୍ ଚ୍ୟାନାଲରେ ଉପଲବ୍ଧ ।

Sponsored
Argus News Young Talent Award extended - Registration date for 2025 | Argus News