ଅର୍ଗସ ଓଡିଶା ହେଲ୍ଥ କନେକ୍ଟ ସିଜିନ-2; ଯୋଗ ଦେବେ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ଅର୍ଗସ ବ୍ୟୁରୋ: ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ତଥାପି ଆଜି ଏମିତି ଅନକେ ଅଞ୍ଚଳ ରହିଛି ଯେଉଁଠି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ । ସେହି ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିବ । ଲୋକଙ୍କ ଉଚିତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ କ'ଣ ପ୍ରତିବନ୍ଧକ ରହୁଛି । କଣ ପଦକ୍ଷେପ ନିଆଗଲେ କିପରି ଜଣେ ସାଧାରଣ ଲୋକଟିଏ ମୌଳିକ ଅଧିକାର ପାଇପାରିବ । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କଣ ରହିଛି ଆହ୍ୱାନ । ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟବାସୀ କେତେ ଖୁସି ଅଛନ୍ତି । ଏହି ଉଦ୍ଦେଶ୍ୟରେ ଜାନୁଆରୀ 20, ପୂର୍ବାହ୍ନ 10 ଟାରେ ଅର୍ଗସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ‘ଅର୍ଗସ ହେଲ୍ଥ କନେକ୍ଟ ସିଜିନ -2 । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଆୟୂଷ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାସହ ବିଶିଷ୍ଟ ଡାକ୍ତର, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଯେଉଁଠାରେ ନିମ୍ନ ଲିଖିତ ବିଷୟ ବସ୍ତୁ ଉପରେ ଆଲୋଚନା ହେବ ।
ଓଡ଼ିଶାରେ ସୁଲଭ, ସୁବିଧାଜନକ ଏବଂ ସମନ୍ୱିତ ସ୍ୱାସ୍ଥ୍ୟସେବା
ସର୍ବଭାରତୀୟ ସ୍ତରରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଏବଂ ଓଡିଶାରେ ସ୍ୱାସ୍ଥ୍ୟସେବାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।
ସ୍ୱାସ୍ଥ୍ୟସେବା - ଆବଶ୍ୟକତା ଏବଂ ପରିସର
📱 Get Argus News App
✨ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରୟାସ, ପରବର୍ତ୍ତୀ ପିଢି ପାଇଁ ରୋଡମ୍ୟାପ୍, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ବୀମା କ୍ଷେତ୍ରକୁ ନିୟୋଜିତ କରିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରରେ ସୁଲଭ, ଉପଲବ୍ଧ, ଗ୍ରହଣୀୟ ସ୍ୱାସ୍ଥ୍ୟ ହାସଲ କରିବାକୁ ପ୍ରୟାସ ।
ହୋଲିଷ୍ଟିକ୍ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ
ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ଥାପିତ ସ୍ୱାସ୍ଥ୍ୟସେବାକୁ ଏକୀକୃତ କରିବା ।
ଟେକ୍ନୋଲୋଜି ଏକକୀକରଣ ଏବଂ ଜୀବିକା ସୃଷ୍ଟି
ଆବଶ୍ୟକତା ଭିତ୍ତିକ ସମାଧାନ, ଅଧିକ ବୈଜ୍ଞାନିକ ଉପାୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧି ଗ୍ରହଣ, ଟେଲି-ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟର ପ୍ରକୃତ ସମୟ ମନିଟରିଂ, ସ୍ୱାସ୍ଥ୍ୟସେବାରେ ସାଇବର ଅପରାଧକୁ ରୋକିବା, ଚିକିତ୍ସା କ୍ଷେତ୍ରରେ ନୂତନତ୍ୱ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ପ୍ରଯୁକ୍ତିକୁ ବ୍ୟବହାର କରିବା । ଯେପରି ରୋବୋଟିକ୍ ସର୍ଜରୀ, ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ ଏବଂ ଚାକିରିର ସୁଯୋଗ ସୃଷ୍ଟି କରିବା ।