ଅର୍ଗସ ଯୁବ ପ୍ରତିଭା ସମ୍ମାନ 2025; ଫର୍ମ ଭରନ୍ତୁ, ପୁରସ୍କାର ପାଆନ୍ତୁ

ଦେଶର ବିକାଶରେ ଓଡ଼ିଶାର ଯୁବପିଢ଼ିଙ୍କ ଅସାଧାରଣ ଅବଦାନକୁ ସମ୍ମାନ ଦେବା ପାଇଁ ଅର୍ଗସର ଏକ ନିଆରା ପଦକ୍ଷେପ । ଅର୍ଗସ୍ ନ୍ୟୁଜ୍ ଆୟୋଜନ କରିବାକୁ ଯାଉଛି ଯୁବ ପ୍ରତିଭା ସମ୍ମାନ 2025।
ମନୋରଞ୍ଜନ, କ୍ରୀଡା, ଉଦ୍ୟୋମିତା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ପ୍ରଯୁକ୍ତିବିଦ୍ୟା, ଶାସନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭଳି ପ୍ରମୁଖ କ୍ଷେତ୍ରରେ ଅବଦାନ ଥିବା ଯୁବପିଢିଙ୍କୁ ମିଳିବ ଏହି ସମ୍ମାନ।
📱 Get Argus News App
✨ଯୁବ ପ୍ରତିଭା ସମ୍ମାନ ଓଡ଼ିଶାର ସେହି ଯୁବପିଢିଙ୍କୁ ସମ୍ମାନ ଦେବ ଯେଉଁମାନେ ଅସାଧାରଣ କାର୍ଯ୍ୟ କରିଛନ୍ତି ଏବଂ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛନ୍ତି । ଏହି ପୁରସ୍କାରର ଲକ୍ଷ୍ୟ ବିଭିନ୍ନ କ୍ଷେତ୍ରରେ ବିକାଶକୁ ଆଗେଇ ନେବାରେ ଯୁବପିଢ଼ିଙ୍କ ପ୍ରୟାସକୁ ପ୍ରଦର୍ଶନ କରି ଅନ୍ୟମାନଙ୍କୁ ପ୍ରେରଣା ଦେବା ।
ରେଜିଷ୍ଟର କରିବା ପାଇଁ ଆପଣଙ୍କୁ https://yuvaprativasammana.argusnews.in/ ସାଇଟ୍ କୁ ଯିବାକୁ ପଡିବ । ଆପଣଙ୍କର ଯେଉଁ କ୍ଷେତ୍ରରେ ଅବଦାନ ରହିଛି ସେଥିରେ ରେଜିଷ୍ଟର୍ କରନ୍ତୁ । ନିଜର ମେଲ୍ ଆଇଡି ଦିଅନ୍ତୁ । ନାଁ..କଣ୍ଟାକ୍ଟ ନମ୍ବର ବୟସ ଏବଂ ୱାର୍କ ଲେଭଲ୍ ମେନସନ୍ କରନ୍ତୁ । ଏହାସହ ଆପଣଙ୍କ କାର୍ଯ୍ୟର କଣ ପ୍ରଭାବ ପଡିଛି ବା impact of work 300 word ମଧ୍ୟରେ ଲେଖନ୍ତୁ । କାହିଁକି ଆପଣ ଏହି ସମ୍ମାନ ପାଇଁ ଆପ୍ଲାଏ କରୁଛନ୍ତି ଏବଂ ଆପଣ କେମିତି ଏଥିପାଇଁ ଯୋଗ୍ୟ ତାହା ମେନସନ୍ କରନ୍ତୁ ।
ଏକ ପାସପୋର୍ଟ ସାଇଜ ଫଟୋ, personal profile, previous achievement, ଯଦି ଆପଣଙ୍କ କାର୍ଯ୍ୟ ସମ୍ଭନ୍ଧୀୟ କିଛି ଭିଡିଓ ଅଛି ତାହା ଅପଲୋଡ୍ କରନ୍ତୁ । ନିଜର ପ୍ରୋଫାଇଲ୍ ଡିଟେଲ୍ସ ଦିଅନ୍ତୁ ।
ଆବେଦନ କରିବାର ସମୟ ସୀମା ହେଉଛି 10 ଫେବୃଆରୀ ରୁ ମାର୍ଚ୍ଚ 5 । ବୟସ ସୀମା 18 ବର୍ଷ ରୁ 40 ବର୍ଷ ।
ତେବେ ଆଉ ଡେରି ନକରି ଜଲଦି ଜଲଦି ଫର୍ମ ଭରନ୍ତୁ ...ସମ୍ମାନର ହକଦାର ବନନ୍ତୁ ।