Videos
|
Odisha

ଆସନ୍ତାକାଲି ଟେଲିଭିଜନରେ ପ୍ରସାରଣ ହେବ ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫

Smruti Parija
Browse all articles by Smruti Parija
·1 year ago·2 min read
ଆସନ୍ତାକାଲି ଟେଲିଭିଜନରେ ପ୍ରସାରଣ ହେବ ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫

Key Points

ଆସନ୍ତାକାଲି ଟେଲିଭିଜନରେ ପ୍ରସାରଣ ହେବ ଅର୍ଗସ ଯୁବ ପ୍ରତିଭା ସମ୍ମାନ

7 ଜୁନ୍ ଶନିବାର ରାତି 9ଟା 30 ରୁ 10 ଟା 30

ପୁନଃ ପ୍ରସାରଣ ହେବ 8 ଜୁନ୍ ରବିବାର ଅପରାହ୍ନ 2 ଟାରୁ 3 ଟା

ଟିଭି ପରଦାରେ ଆସିବ ଅର୍ଗସ ଯୁବ ପ୍ରତିଭା ସମ୍ମାନ । ଯୁବ ପ୍ରତିଭା ମାନଙ୍କୁ ନେଇ ଭୁବନେଶ୍ବର ସ୍ବସ୍ତିପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଥିବା ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ର ପ୍ରଥମ ସଂସ୍କରଣ ଟେଲିଭିଜନରେ ପ୍ରସାରଣ ହେବ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ନବ ସୃଜନ ଓ ଉଦ୍ୟମିତା, ମହିଳା ସଶକ୍ତିକରଣ, ସାମାଜିକ ନେତୃତ୍ବ, ପରିବେଶ, ମନୋରଞ୍ଜନ, କ୍ରିଡ଼ା, ଭାଷା-ସାହିତ୍ୟ ଓ ପରମ୍ପରାରେ ଦକ୍ଷ ଯୁବ ପ୍ରତିଭାମାନଙ୍କୁ 'ଯୁବ ପ୍ରତିଭା ସମ୍ମାନ-2025' ପ୍ରଦାନ କରାଯାଇଛି ।


7 ଜୁନ୍ ଶନିବାର ରାତି 9ଟା 30 ରୁ 10 ଟା 30 ରେ ଦେଖିପାରିବେ ଅର୍ଗସ ଯୁବ ପ୍ରତିଭା ସମ୍ମାନ । ପୁନଃ ପ୍ରସାରଣ ହେବ 8 ଜୁନ୍ ରବିବାର ଅପରାହ୍ନ 2 ଟାରୁ 3 ଟା ପର୍ଯ୍ୟନ୍ତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅର୍ଗସ ଯୁବ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସମାଜ ସେବୀ ତଥା ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା । ଅନ୍ୟତମ ମଞ୍ଚାସୀନ ଅତିଥି ରହିଥିଲେ ଅର୍ଗସ ନ୍ୟୁଜ୍ ସମ୍ପାଦକ ସଞ୍ଜୟ ଜେନା ଓ ମୁଖ୍ୟ କାର୍ଯ୍ୟନିବାହୀ ପ୍ରକାଶ ସାହୁ ।


ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେଉଁମାନେ ଏହି ସମ୍ମାନ ପାଇଛନ୍ତି ସେମାନେ କେବଳ ନିଜ ସ୍ବପ୍ନକୁ ପୂରଣ କରୁନାହାନ୍ତି ବରଂ ଓଡ଼ିଶାର ସ୍ବପ୍ନ ପୂରଣ କରୁଛନ୍ତି । ନିଜେ ସଂଘର୍ଷ କରି ଅନ୍ୟମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି । କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ସୂର୍ଯ୍ୟବଂଶୀ ସୁରଜ କହିଥିଲେ ବିକଶିତ ଓଡ଼ିଶା ସେତେବେଳେ ସମ୍ଭବ ହେବ ଯେତେବେଳେ ଯୁବ ପିଢ଼ି ଦାୟିତ୍ୱ ନେବେ । କାନ୍ଧରେ କାନ୍ଧରେ ମିଶେଇ ଆଗକୁ ବଢ଼ିବେ । ୨୦୨୭ ବିକଶିତ ଭାରତର ନେତୃତ୍ୱ ନେବ ଓଡ଼ିଶା ।


ତେବେ କେଉଁମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖିବାକୁ ଜମାରୁ ଭୂଲିବେନି । ଆସନ୍ତାକାଲି ଶନିବାର ରାତି 9ଟା 30 ରୁ 10 ଟା 30 ଓ ରବିବାର ଅପରାହ୍ନ 2 ଟାରୁ 3 ଟା ମଧ୍ୟରେ ଦେଖିପାରିବେ ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ । ଏହି କାର୍ଯ୍ୟକ୍ରମ ଆପଣଙ୍କୁ ନିଜ ପାଇଁ, ରାଜ୍ୟ ପାଇଁ ଓ ଦେଶ ପାଇଁ କିଛି କରିବାର ପ୍ରେରଣା ଦେବ ନିଶ୍ଚୟ ।

argus-yuva-pratibha-samman-2025-to-be-telecast-on-television-tomorrow | Argus News