ସମ୍ମାନିତ ହେଉଛନ୍ତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଯୁବ ପ୍ରତିଭା

Key Points
ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ର ପ୍ରଥମ ସଂସ୍କରଣ ଅନୁଷ୍ଠିତ
ସମ୍ମାନିତ ହେଲେ ଯୁବ ପ୍ରତିଭା
ଯୁବଶକ୍ତିଙ୍କୁ ସମ୍ମାନ ଦେବାକୁ ଆରମ୍ଭ ହେଲା ନୂଆ ଧାରା
ଯୁବ ପ୍ରତିଭା ମାନଙ୍କୁ ନେଇ ଭୁବନେଶ୍ବର ସ୍ବସ୍ତିପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଅଛି ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ର ପ୍ରଥମ ସଂସ୍କରଣ। ଦେଶ ପ୍ରଗତିର ପ୍ରମୁଖ ଉତ୍ସ ଯୁବ ଶକ୍ତିଙ୍କୁ ସମ୍ମାନିତ କରିବାକୁ ପ୍ରଥମ ଥର ପାଇଁ ଅର୍ଗସ ଆରମ୍ଭ କରିଛି ଏମିତି ଏକ ନିଆରା କାର୍ଯ୍ୟକ୍ରମ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ନବ ସୃଜନ ଓ ଉଦ୍ୟମିତା, ମହିଳା ସଶକ୍ତିକରଣ, ସାମାଜିକ ନେତୃତ୍ବ, ପରିବେଶ, ମନୋରଞ୍ଜନ, କ୍ରୀଡ଼ା, ଭାଷା-ସାହିତ୍ୟ ଓ ପରମ୍ପରାରେ ଦକ୍ଷ ଯୁବ ପ୍ରତିଭାମାନଙ୍କୁ 'ଯୁବ ପ୍ରତିଭା ସମ୍ମାନ-2025' ପ୍ରଦାନ କରାଯାଉଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି ସମାଜ ସେବୀ ତଥା ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା। ସେହିଭଳି ମଞ୍ଚାସୀନ ରହିଛନ୍ତି ଅର୍ଗସ ନ୍ୟୁଜ୍ ସମ୍ପାଦକ ସଞ୍ଜୟ ଜେନା ଓ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପ୍ରକାଶ ସାହୁ। ସ୍ବାଗତ ସଂଗୀତ ପରିବେଷଣ କରିଛନ୍ତି ବର୍ଣ୍ଣାଳୀ ହୋତା।