Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଷ୍ଠିତ ହେଲା ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଅନୁଷ୍ଠିତ ହେଲା ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫

Key Points

ନିଜେ ସଂଘର୍ଷ କରି ଅନ୍ୟମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି

ଓଡ଼ିଶାକୁ ଶ୍ରେଷ୍ଠ କରିବାକୁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ

ଓଡ଼ିଶାର ଯୁବକ କେବଳ ଦାଦନ ଖଟିବାକୁ ଯିବ ନାହିଁ

 ଦେଯୁବ ପ୍ରତିଭା ମାନଙ୍କୁ ନେଇ ଭୁବନେଶ୍ବର ସ୍ବସ୍ତିପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ର ପ୍ରଥମ ସଂସ୍କରଣ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ନବ ସୃଜନ ଓ ଉଦ୍ୟମିତା, ମହିଳା ସଶକ୍ତିକରଣ, ସାମାଜିକ ନେତୃତ୍ବ, ପରିବେଶ, ମନୋରଞ୍ଜନ, କ୍ରିଡ଼ା, ଭାଷା-ସାହିତ୍ୟ ଓ ପରମ୍ପରାରେ ଦକ୍ଷ ଯୁବ ପ୍ରତିଭାମାନଙ୍କୁ 'ଯୁବ ପ୍ରତିଭା ସମ୍ମାନ-2025' ପ୍ରଦାନ କରାଯାଇଛି।


ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସମାଜ ସେବୀ ତଥା ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା। ଅନ୍ୟତମ ମଞ୍ଚାସୀନ ଅତିଥି ରହିଥିଲେ ଅର୍ଗସ ନ୍ୟୁଜ୍ ସମ୍ପାଦକ ସଞ୍ଜୟ ଜେନା ଓ ମୁଖ୍ୟ କାର୍ଯ୍ୟନିବାହୀ ପ୍ରକାଶ ସାହୁ।


ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେଉଁମାନେ ଏହି ସମ୍ମାନ ପାଇଛନ୍ତି ସେମାନେ କେବଳ ନିଜ ସ୍ବପ୍ନକୁ ପୂରଣ କରୁ ନାହାନ୍ତି ବରଂ ଓଡ଼ିଶାର ସ୍ବପ୍ନ ପୂରଣ କରୁଛନ୍ତି। ନିଜେ ସଂଘର୍ଷ କରି ଅନ୍ୟମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି। ଆହୁରି ମଧ୍ୟ କହିଛନ୍ତି ପୂର୍ବ ସରକାରରେ ଗଣମାଧ୍ୟମକୁ ବିରୋଧୀ ଭାବେ ଦେଖୁଥିଲେ। ହେଲେ ବର୍ତ୍ତମାନର ସରକାର ଗଣମାଧ୍ୟମକୁ ବନ୍ଧୁ ବୋଲି ଗ୍ରହଣ କରୁଛନ୍ତି। ବେଜଟ୍‌ ଠାରୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପରାମର୍ଶ ନିଆଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅର୍ଗସ ନ୍ୟୁଜର ସମ୍ପାଦକ ସଞ୍ଜୟ ଜେନା ସ୍ବାଗତ ଅଭିଭାଷଣରେ କହିଛନ୍ତି ଓଡ଼ିଶାର ଯୁବକ କେବଳ ଦାଦନ ଖଟିବାକୁ ଯିବ ନାହିଁ, ଚାକିରି କରିବାକୁ ଯିବ ନାହିଁ ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଦିନେ ମାଟିର ସାଧବ ପୁଅ ଓଡ଼ିଶାକୁ ବିଶ୍ବ ଅର୍ଥନୀତିରେ ଓଡ଼ିଶାକୁ ଅଗ୍ରଣୀ ଅର୍ଥନୀତି କରିଥିଲା। ଏବେ ଓଡ଼ିଶାକୁ ୧୦୦ ବର୍ଷ ପୂରଣ କରିବାକୁ ଗୋଟିଏ ଦଶକରୁ ଟିକେ ଅଧିକ ସମୟ ରହିଛି ଏହି ଭିତରେ ଓଡ଼ିଶାକୁ ବିଶ୍ବରେ ଅଗ୍ରଣୀ ଅର୍ଥନୀତି କରିବାକୁ ଆମକୁ ସମୂହ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ ମତ ରଖିଛନ୍ତି।


କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ବିକଶିତ ଓଡ଼ିଶା ସେତେବେଳେ ସମ୍ଭବ ହେବ ଯେତେବେଳେ ଯୁବ ପିଢ଼ି ଦାୟିତ୍ୱ ନେବେ । କାନ୍ଧରେ କାନ୍ଧରେ ମିଶେଇ ଆଗକୁ ବଢ଼ିବେ । ୨୦୨୭ ବିକଶିତ ଭାରତର ନେତୃତ୍ୱ ନେବ ଓଡ଼ିଶା । ଆମକୁ ସେହିଭଳି କାମ କରି ଆଗକୁ ବଢିବାକୁ ହେବ। ଚାକିରୀ କରିବା ନୁହେଁ ଦେବାର ସଂକଳ୍ପ ସେତେବେଳେ ସମ୍ଭବ ହେବ ଯେତେବେଳେ ଯୁବ ପିଢ଼ି ନିଜ ଭିତରର ଶକ୍ତି କୁ ଚିହ୍ନିବେ। ଫୋବସ୍ ର ତାଲିକା ରେ ୫ ଜଣ ଓଡ଼ିଆ ସାମିଲ ହୋଇଛନ୍ତି ତାହା ଆମ ଗର୍ବ ଓ ଗୌରବ ବିଷୟ ।

Sponsored
Argus Yuva prativa samman 2025 held on bhubaneswar | Argus News