Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Journalist Attacked: ଘରକୁ ଫେରୁଥିବା ବେଳେ ଯୁବକଙ୍କ ଛୁରାମାଡ଼ରେ ସାମ୍ବାଦିକ ଗୁରୁତର

Sushanta Sahoo
Browse all articles by Sushanta Sahoo
·10 months ago·1 min read
Journalist Attacked: ଘରକୁ ଫେରୁଥିବା ବେଳେ ଯୁବକଙ୍କ ଛୁରାମାଡ଼ରେ ସାମ୍ବାଦିକ ଗୁରୁତର

Key Points

ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ସାମ୍ବାଦିକ ଗୁରୁତର । ଅର୍ଗସ ନ୍ୟୁଜର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି ।

ନବରଙ୍ଗପୁର/ଜୟପୁର: ସାମ୍ବାଦିକଙ୍କ ଉପରେ ପୁଣି ଆକ୍ରମଣ । ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ସାମ୍ବାଦିକ ଗୁରୁତର । ଅର୍ଗସ ନ୍ୟୁଜର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସୁମିତ ବାଇକ୍ ଯୋଗେ ନବରଙ୍ଗପୁରରୁ ପାପଡ଼ାହାଣ୍ଡିକୁ ଫେରୁଥିବା ବେଳେ 'ଜେନା ଦୋକାନ ଛକ'ରେ ସୁମିତଙ୍କ ଉପରେ ଆକ୍ରମଣ କରିଥିଲେ ହରେକୃଷ୍ଣ ବେହେରା ।


ସୁମିତଙ୍କ ଛାତି, ପେଟ ଓ ହାତ ଆଦି ସ୍ଥାନରେ ଆଘାତ ଲାଗିଛି । ଆକ୍ରମଣକାରୀ ଜଣଙ୍କ ଛୁରି ଓ ଖଣ୍ଡା ଧରିଥିଲେ । ସୁମିତ ଆକ୍ରମଣକାରୀ ଧରିଥିବା ଖଣ୍ଡାକୁ ଅଟକାଇବା ବେଳେ ସେ ଛୁରିରେ ଆକ୍ରମଣ କରିଥିଲା । ସୁମିତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି ଆସି ସୁମିତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସୁମିତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।


ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରାକୁ ସ୍ଥାନୀୟ ଲୋକେ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଖଣ୍ଡା ଓ ଛୁରି ଦେଖାଇ ଭୟଭୀତ କରିଥିଲା । ଲୋକେ ଆକ୍ରମଣକାରୀକୁ କାବୁ କରିବା ସହ ମାଡ଼ ମଧ୍ୟ ମାରିଛନ୍ତି । ଆହତ ଆକ୍ରମଣକାରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।


ସୂଚନା ଅନୁସାରେ, ଶୁକ୍ରବାର ହାତରେ ଖଣ୍ଡା ଓ ଛୁରି ଧରି ଆକ୍ରମଣକାରୀ ସମସ୍ତଙ୍କୁ ଭୟଭୀତ କରାଇଥିଲା । ଏନେଇ ସାମ୍ବାଦିକ ସୁମିତ ଘଣ୍ଟ ପାପଡ଼ାହାଣ୍ଡି ପୋଲିସକୁ ଖବର ଦେଇଥିଲେ । ଏହାକୁ ନେଇ ନିଶାସକ୍ତ ଯୁବକ ଜଣଙ୍କ ସୁମିତଙ୍କୁ ଛୁରାମାଡ଼ କରିଥିବା ଜଣାପଡ଼ିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Journalist Attacked in Nabarangpur by Intoxicated Youth with Knife and Sword | Argus News | Argus News