Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନ୍ଧ୍ୟା ୫ରୁ ସୁନା ବେଶ, ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ବ୍ୟବସ୍ଥା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସନ୍ଧ୍ୟା ୫ରୁ ସୁନା ବେଶ, ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ବ୍ୟବସ୍ଥା

Key Points

ସିଂହଦ୍ୱାରରେ ପ୍ରଥମେ ବଡ଼ ଭାଇ, ପରେ ସାନ ଭଉଣୀ ସୁଭଦ୍ରା ଓ ପରେ ଜଗତ ଠାକୁର ଆସି ପହଞ୍ଚିଥିଲେ ।
ସିଂହଦ୍ୱାର ନିକଟରେ ପହଞ୍ଚିବା ପୂର୍ବରୁ ରାଜ ନଅର ନିକଟରେ କିଛି ସମୟ ପାଇଁ ଅଟକିଥିଲା ନନ୍ଦିଘୋଷ ରଥ ।

ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ବାହୁଡ଼ା ଯାତ୍ରା। ସିଂହ ଦ୍ୱାର ଆଗରେ ଲାଗିଲେ ତିନି ରଥ। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ଗୋଟିଏ ପରେ ଗୋଟିଏ ୩ ରଥ ସିଂହଦ୍ୱାର ଆଗରେ ଲାଗିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଦଇତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗଙ୍କ ଉତ୍ତମ ସମନ୍ୱୟ ଯୋଗୁ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ହୋଇଛି । ସୁନାବେଶ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ ଦର୍ଶନାର୍ଥୀ ଶୃଙ୍ଖଳିତ ଭାବେ ଯେଭଳି ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ସିଂହଦ୍ୱାରରେ ପ୍ରଥମେ ବଡ଼ ଭାଇ, ପରେ ସାନ ଭଉଣୀ ସୁଭଦ୍ରା ଓ ପରେ ଜଗତ ଠାକୁର ଆସି ପହଞ୍ଚିଥିଲେ । ସିଂହଦ୍ବାର ନିକଟରେ ପହଞ୍ଚିବା ପୂର୍ବରୁ ରାଜ ନଅର ନିକଟରେ କିଛି ସମୟ ପାଇଁ ଅଟକିଥିଲା ନନ୍ଦିଘୋଷ ରଥ । ଯେଉଁଠାରେ ହୋଇଥିଲା ଲକ୍ଷ୍ମୀ-ନାରାୟଣ ଭେଟ। ଶ୍ରୀଗୁଣ୍ଡିଚା ଦିନ ରଥଟଣାରେ ବିଳମ୍ବ ହୋଇଥିବାବେଳେ ଗତକାଲି କିନ୍ତୁ ସବୁକିଛି ଶୃଙ୍ଖଳିତ ଓ ସମୟ ଅନୁସାରେ ଶେଷ ହୋଇଛି। ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ ଲକ୍ଷ ଲକ୍ଷ ଭକ୍ତ। ତିନିରଥ ସିଂହଦ୍ଵାର ସମ୍ମୁଖରେ ଲାଗିବା ପରେ ସେଠାରେ ସୃଷ୍ଟି ହୋଇଛି ଭାବ ବିହ୍ୱଳ ପରିବେଶ। ଭଜନ କୀର୍ତ୍ତନରେ କମ୍ପିଉଠୁଛି ଶ୍ରୀମନ୍ଦିର ସମ୍ମୁଖ।

ଆଜି ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ। ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ । ସକାଳୁ ରଥାରୂଢ଼ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବା ପରେ ମଇଲମ, ତଡ଼ପଲାଗି ହୋଇ ମହାପ୍ରଭୁଙ୍କର ଚାଲିଛି ଅବକାଶ ନୀତି ।

ଅପରାହ୍ନ ୫ ଟାରୁ ୬ ଟା ଭିତରେ ସୁନାବେଶ ହେବେ ଶ୍ରୀଜୀଉ । ପରେ ରାତ୍ର ୧୦ଟାରୁ ୧୧ ଟା ମଧ୍ୟରେ ସୁନାବେଶ ମଇଲମ ହେବ । ସେପଟେ ଶ୍ରୀକ୍ଷେତ୍ର କୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି କେବଳ ସୁନାବେଶ ପାଇଁ ବଡ଼ଡାଣ୍ଡ ଓ ରଥପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଡଦାଣ୍ଡ ର ଉଭୟ ପାର୍ଶ୍ଵରେ ବ୍ୟାରିକେଡି କରାଯାଇଥିବା ବେଳେ ମାର୍କେଟ ଛକ ଠାରୁ ଧାଡ଼ିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସହରର ସାହି, ବଡଦାଣ୍ଡ ସଂଲଗ୍ନ ଗଳି ଗୁଡ଼ିକୁ ସିଲ କରାଯାଇଥିବା ବେଳେ ବଡଦାଣ୍ଡକୁ ଗାଡିମଟର ପ୍ରବେଶ ନିଷେଧ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arrangements have been made for the darshan of devotees, Suna Besha, from 5 pm | Argus News