ଗିରଫ ଠକ ଦମ୍ପତି ହଂସିତା ଓ ଅନୀଲଙ୍କୁ 5 ଜଣିଆ ଟିମ୍ ର ଜେରା

ଅର୍ଗସ ବ୍ୟୁରୋ: ଝାରପଡ଼ା ଜେଲ୍ରେ ଆୟକର ଟିମ୍ । ଗିରଫ ଠକ ଦମ୍ପତି ହଂସିତା ଓ ଅନୀଲଙ୍କୁ 5 ଜଣିଆ ଟିମ୍ ର ଜେରା । ଠକ ଦମ୍ପତିଙ୍କ ବଡ଼ ବଡ଼ିଆ ଲିଙ୍କ ନେଇ ପଚରାଉଚରା । IT ବିଭାଗ ପାଖରେ ବେନାମୀ ସମ୍ପତ୍ତିର ପ୍ରମାଣ । 6 ଘଣ୍ଟା ଜେରା ପାଇଁ ଆୟକର ବିଭାଗକୁ ମିଳିଛି ଅନୁମତି । କେଉଁ ସୋର୍ସରୁ ଟଙ୍କା ଆସୁଥିଲା ସେନେଇ ହେବ ତଦନ୍ତ । ଉଭୟଙ୍କୁ ପୃଥକ ପୃଥକ ଏବଂ ମୁହାଁମୁହିଁ ଜେରା ।
ଝାରପଡା ଜେଲରେ ହଂସିତା ଅନିଲକୁ ଜେରା। ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଛି । ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା କରୁଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡାରେ ପହଂଚି ଉଭୟଙ୍କୁ ଜେରା କରୁଛି । ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଶହେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଥିଲା ।
📱 Get Argus News App
✨ଏହାରି ଭିତରେ କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଆୟକର ବିଭାଗକୁ ମିଳିଥିଲା । ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ । ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ ।