Videos
|
Odisha

ଗିରଫ ଓଏଏସ ଟପ୍ପର୍ ଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା

Smruti Parija
Browse all articles by Smruti Parija
·1 year ago·2 min read
ଗିରଫ ଓଏଏସ ଟପ୍ପର୍ ଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା

Key Points

ଗିରଫ ଓଏଏସ ଟପ୍ପର୍ ଙ୍କୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା
ଓଏସଏସ ହେବାକୁ ଛାତ୍ରଛାତ୍ରୀଙ୍କୁ ଟିପ୍ସ୍ ଦେଉଥିଲେ
ହେଲେ ଲାଞ୍ଚ ନେଇ କେମିତି ଧରାପଡିଲେ ?

ଅନେକ ଆଶାୟୀଙ୍କ ପ୍ରେରଣା ଥିଲେ...ଯାହାଙ୍କୁ ଦେଖିଲେ ଛାତ୍ରଛାତ୍ରୀ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିଲେ । ଏମିତି ପାଠ ପଢାଉଥିଲେ ଯେ ତାଙ୍କ କ୍ଲାସ୍ ମିସ୍ କରୁନଥିଲେ ଆଶାୟୀ । ତାଙ୍କର ପାଠ ପଢା ଟିପ୍ସ୍ ପାଇଁ ଫଲୋଅର୍ସ ସଂଖ୍ୟା ମଧ୍ୟ ଥିଲା ଢେର୍ ଅଧିକ ।



ହେଲେ ବିଡମ୍ବନାର ବିଷୟ ଯେ ସିଏ ଆଜି ଖବରର ସିରୋନାମା ପାଲଟିଛନ୍ତି । ଓଏଏସ ପାଇବା ପରେ ଦୁର୍ନୀତି ମୁକ୍ତ କରିବାକୁ ଲମ୍ବା ଚଉଡା ଭାଷଣ ଦେଉଥିବା ଏହି ବାବୁ ଆଜି ଖୋଦ ଦୁର୍ନୀତି ଜାଲରେ ଫଶି ଯାଇଛନ୍ତି । ସିଭିଲ ସର୍ଭିସ୍ ଆଶୀୟୀଙ୍କୁ ନ୍ୟୁଜ୍ ପେପର୍ ପଢିବାକୁ କହୁଥିବା ଓଏଏସ ବାବୁ ଆଜି ଖୋଦ ନିଜେ ନ୍ୟୁଜ ପାଲଟିଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଇଏଏସ, ଓଏଏସ ଚାକିରି କରିବା ଅନେକ ଯୁବପିଢିଙ୍କ ଡ୍ରିମ୍ । ଛୋଟ ଥିବାବେଳେ ବଡ ହେଲେ କଣ ହେବୁ କହିଲେ ପ୍ରଥମେ ସମସ୍ତଙ୍କ ପାଟିକୁ ଆସେ ଡାକ୍ତର, ଇଞ୍ଜିନିୟର ନହେଲେ ଆଇଏଏସ, ଓଏଏସ । ଏହି ଚାକିରି କରିବାକୁ ଦିନ ରାତି ଏକ କରି ପାଠ ପଢିଥାନ୍ତି ଯୁବପିଢି । ଚାକିରି ପାଇଲେ କଣ କରିବେ ..କେମିତି ରାଜ୍ୟକୁ ଦେଶକୁ ଦୁର୍ନୀତି ମୁକ୍ତ କରିବେ, କେଉଁ ଦିଗରେ କାର୍ଯ୍ୟ କରିବେ ସେନେଇ ତାଙ୍କର ଏକ ସିଦ୍ଧାନ୍ତ ଥାଏ ।


ହେଲେ ଚାକିରି ପାଇବା ପରେ ବୋଧେ ସବୁ ଭୁଲିଗଲେ ଏହି ଓଏଏସ ବାବୁ । ତେବେ ପୁରା ଘଟଣା କଣ ଥିଲା । ନଜର ପକାନ୍ତୁ...


ବାମଲା ବ୍ଲକ୍ ସଦର ମହକୁମାସ୍ଥିତ ଗୋବିନ୍ଦପୁର ଗ୍ରାମର ଭିକି ନାଏକ ଏକ ଜମି ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ । ତେବେ ଏଥିପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା 20 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ହେଲେ ମୁଲ ଚାଲ୍ 15 ହଜାର ଟଙ୍କାରେ ଛିଢି ଥିଲା । ଏହାପରେ ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଶୁକ୍ରବାର ଦିନ 11 ଟା ରେ ତହସିଲଦାରଙ୍କ ଡ୍ରାଇଭର ପ୍ରବଣୀ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ବାବଦକୁ 15 ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ପଚରାଉଚରା ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ଭିଜିଲାନ୍ସ ସମ୍ବଲପୁର ନେଇଥିବା ଜଣାପଡିଛି ।


ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ତହସିଲଦାରଙ୍କର ପୈତୃକ ବାସଭବନ ଓ ଭୁବନେଶ୍ୱର ମେ ଫେୟାର ରୋଡ୍ ନିକଟ ବାସଭବନରେ ମଧ୍ୟ ଚଢଉ କରାଯାଇଛି । ଭୁବନେଶ୍ୱର ବାସଭବନରୁ ନଗଦ 4.73 ଲକ୍ଷ ଟଙ୍କା ସମେତ ସୁନାଗହଣା ଜବତ କରାଯାଇଛି । ଗାଁରେ ତିନି ମହଲା କୋଠା ଘର ଥିବାବେଳେ ସେଠାରେ ତାଙ୍କ ବାପା ମା ରହୁଥିବା ଜଣାପଡିଛି ।


କଷ୍ଟ କରି ପାଠ ପଢିଲେ । ସରକାରୀ ବାବୁ ବି ହେଲେ । କିନ୍ତୁ ଟଙ୍କା ଉପରେ ଲୋଭକୁ ସମ୍ଭାଳିପାରିଲେନି । ଶେଷରେ ଓଏସ ଟପ୍ପର୍ ହେଇ ଯେଉଁ ସମ୍ମାନ ଟିକକ ପାଇଥିଲେ...ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ , ଲାଞ୍ଚ ପାଇଁ ଆଜି ତାଙ୍କ ମାନ ସମ୍ମାନ ଦାଣ୍ଡରେ ପଡି ହାଟରେ ଗଡୁଛି ।

arrested-oas-topper-aswini-panda-sparks-debate-across-the-state | Argus News