Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଦ୍ରକରେ 163 ଧାରା, ପୋଲିସର ଫ୍ଲାଗ ମାର୍ଚ୍ଚ

Odisha

ଭଦ୍ରକରେ 163 ଧାରା, ପୋଲିସର ଫ୍ଲାଗ ମାର୍ଚ୍ଚ

Smruti Parija
Browse all articles by Smruti Parija
·1 year ago·1 min read
ଭଦ୍ରକରେ 163 ଧାରା, ପୋଲିସର ଫ୍ଲାଗ ମାର୍ଚ୍ଚ

ଭଦ୍ରକ: ପୁରୁଣା ବଜାର ଥାନା ଅଞ୍ଚଳରେ  ଜିଲ୍ଲା ପ୍ରଶାସନ ପକ୍ଷରୁ 163 ଧାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ହୋଇଛି । ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଉଛି । ଘଟଣାସ୍ଥଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । 

ସୂଚନାନୁଯାୟୀ, ଭଦ୍ରକ ସନ୍ଥିଆରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ 2 ପୋଲିସ୍‌ ଆହତ ହୋଇଛନ୍ତି । ଏକ ବିବାଦୀୟ ପୋଷ୍ଟକୁ ନେଇ ଅଞ୍ଚଳରେ ବିବାଦ ଉପୁଜିଛି । ମେଳି ଖବର ପାଇ ପୋଲିସ ଯାଉଥିବା ବେଳେ ହୋଇଛି ଆକ୍ରମଣ । ରାସ୍ତାରେ ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀ । ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିଥିବା ସୂଚନା । ପୋଲିସ ଉପରକୁ ମଧ୍ୟ ଟେକା ପଥର ଫିଙ୍ଗିଛନ୍ତି ସଂପୃକ୍ତ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 

ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
article-163-imposed-in-bhadrak | Argus News