Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପର୍ଯ୍ୟୟ ରୋକିବ କୃତ୍ରିମ ବୁଦ୍ଧିମତା : ଜଳସମ୍ପଦ ବିଭାଗ ଆପଣାଇବ ଅତ୍ୟାଧୁନିକ ଜ୍ଞାନକୌଶଳ

Ritu Das
Browse all articles by Ritu Das
·1 year ago·2 min read
ବିପର୍ଯ୍ୟୟ ରୋକିବ କୃତ୍ରିମ ବୁଦ୍ଧିମତା : ଜଳସମ୍ପଦ ବିଭାଗ ଆପଣାଇବ ଅତ୍ୟାଧୁନିକ ଜ୍ଞାନକୌଶଳ

Key Points

ବିପର୍ଯ୍ୟୟ ରୋକିବ କୃତ୍ରିମ ବୁଦ୍ଧିମତା

ଜଳସମ୍ପଦ ବିଭାଗ ଆପଣାଇବ ଅତ୍ୟାଧୁନିକ ଜ୍ଞାନକୌଶଳ

ବନ୍ୟା, ବାତ୍ୟାର ମୁକାବିଲା କରିବାରେ ସଫଳ ହେବ AI

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜି ଥାଏ। ପ୍ରତ୍ୟେକ ବର୍ଷ ଛୋଟ ହେଉ ଅବା ବଡ଼ ଧରଣର ଲଗାଣ ବର୍ଷା ଝଡ଼ ବାତ୍ୟା ଓ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳେ ବନ୍ୟାର ପ୍ରଭାବ। ଏସବୁ ପ୍ରାକୃତିକ ଘଟଣାବଳୀରେ ବିଶେଷ ପ୍ରଭାବିତ ହୋଇଥାଏ କୃଷିକ୍ଷେତ୍ର। ଚାଷୀମାନଙ୍କର ବର୍ଷକର ଅମଳ ନଷ୍ଟ ହେବା ସହିତ ଚାଷୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼େ । ଏବେ ଏସବୁର ମୁକାବିଲା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଆପଣାଇବାକୁ ଯାଉଛନ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ। ଯାହାକୁ ନେଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଭୁବନେଶ୍ଵରର ଆଇଆଇଟି ଓ ଷ୍ଟେଟ ଓ୍ଵାଟର ଇନଫରମେଟିକ୍ସ ସେଣ୍ଟର। ପାରମ୍ପରିକ ଫୋରକାଷ୍ଟ ବଦଳରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ଲୋକ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯାଇପାରିବ। କେଉଁ ଦିନ କେଉଁ ଜିଲ୍ଲାରେ କେତେ ପରିମାଣରେ ବୃଷ୍ଟିପାତ ହେବ ସେସବୁକୁ ଆକଳନ କରିବ ଭୁବନେଶ୍ଵର ଆଇଆଇଟି ଦ୍ଵାରା ପ୍ରସ୍ତୁତ AIର ଡାଇନାମିକ୍ ମଡେଲ।


ପ୍ରାଥମିକ ଭାବେ ଓଡ଼ିଶା ଓ ଆସାମ ଭଳି ବନ୍ୟା ଓ ବାତ୍ୟା ପ୍ରଭାବିତ ପାଇଲଟ ପ୍ରୋଜେକ୍ଟ ଭାବରେ ଏହା ଆରମ୍ଭ ହୋଇଥିବା ବେଳେ ଆଗକୁ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଏହା ବ୍ୟବହାର କରାଯିବ। କେବଳ ବର୍ଷା ନୁହେଁ ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ, ପବନର ବେଗ ଏବଂ ଏହାର ଭୟାବହତାକୁ ଏହି ଜ୍ଞାନକୌଶଳ ଦ୍ଵାରା ସଠିକ୍ ଭାବେ ଆକଳନ କରାଯାଇପାରିବ। ସେହିପରି ବର୍ଷା ପରେ ଉପୁଜୁଥିବା ବନ୍ୟା ସ୍ଥିତିକୁ ନେଇ ତଥ୍ୟ ଦେବ ଏଆଇ। ଏଥି ସହିତ ବନ୍ୟା ପରିଚାଳନା ଓ ମୁକାବିଲା, ଜଳ ସଂରକ୍ଷଣ ଓ ଚାଷ ଜମିକୁ ଜଳସେଚନ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ। ଆଡ଼ଭାନ୍ସ ଫ୍ଲଡ ଫୋରକାଷ୍ଟ ସିଷ୍ଟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହଯୋଗରେ ତଳିଆ ଅଞ୍ଚଳରେ ବନ୍ୟା ନେଇ ଆକଳନ, ଜଳ ସଂପଦର ତଦାରଖ ପାଇଁ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର, ଜଳକ୍ଷମତା ନିର୍ମାଣ, AI-ଚାଳିତ ମନିଟରିଂ, ଡାଟା ଗଭର୍ଣ୍ଣାନ୍ସକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଆଇର ସହଯୋଗରେ ବର୍ତମାନ ରାଜ୍ୟର ଉପକୁଳବର୍ତ୍ତୀ ଜ଼ିଲ୍ଲାଗୁଡିକରେ ପାଇଲଟ ପ୍ରକଳ୍ପ ଭାବରେ ଏହା ଉପରେ ସର୍ବେକ୍ଷଣ ଚାଲିଛି। ଖୁବ୍ କମ୍ ଦିନରେ ଏହା କାର୍ଯ୍ୟକାରୀ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
artificial-intelligence-will-prevent-disasters-water-resources-department-to-adopt-latest-technology | Argus News