Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jaga Health Update / ଏମିତି କିଛି କହିଲେ ଜଗାର ଅପରେସନ କରିଥିବା ଡାକ୍ତର

Rashmita Mishra
Browse all articles by Rashmita Mishra
·3 months ago·2 min read
ଏମିତି କିଛି କହିଲେ ଜଗାର ଅପରେସନ କରିଥିବା ଡାକ୍ତର
Jaga Health Update

Key Points

ଯୋଡ଼ାମୁଣ୍ଡ ଶିଶୁ ଜଗାର ଆବଶ୍ୟକ ଅପରେସନ
ବଡ଼ କଥା କହିଲେ ଅପରେସନ କରିଥିବା ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ର
ଅପରେସନର 6 ମାସ ଭିତରେ ମୁଣ୍ଡରେ ଲଗାଯିବା କଥା କୃତ୍ରିମ ହାଡ଼, ବିତିଲାଣି 8 ବର୍ଷ
ତୁରନ୍ତ କୃତ୍ରିମ ହାଡ଼ ନ ଲଗାଇଲେ ଜଗା ପ୍ରତି ରହିଛି ବିପଦ
ଅପରେସନ ନେଇ CDMOଙ୍କ ପାଖରେ ନାହିଁ ଖବର, ଚିନ୍ତାରେ ବାପା ମା’

କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ୨୦୧୭ରେ ଦିଲ୍ଲୀ ଏମ୍ସରେ ବିରଳ ଅସ୍ତ୍ରୋପଚାର ପରେ ଜଗା-କାଳିଆଙ୍କ ମୁଣ୍ଡ ଅଲଗା କରାଯାଇଥିଲା । କାଳିଆ ଆମ ଗହଣରେ ନାହିଁ, ଏବେ ଜଗାର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଜଗାର ଅପରେସନ କରିଥିବା ବିଶିଷ୍ଟ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ କହିବା ଅନୁସାରେ, ଅପରେସନର ୬ ମାସ ମଧ୍ୟରେ ଜଗା ମୁଣ୍ଡରେ କୃତ୍ରିମ ହାଡ଼ ଲାଗିବାର ଥିଲା, କିନ୍ତୁ ଏହା ମଧ୍ୟରେ ୮ ବର୍ଷ ବିତିଗଲାଣି । ଯଦି ତୁରନ୍ତ ଦ୍ୱିତୀୟ ଅପରେସନ କରାଯାଇ କୃତ୍ରିମ ହାଡ଼ ନଲଗାଯାଏ, ଜଗା ପାଇଁ ବିପଦ ବଢ଼ିପାରେ ।

ବହୁ କଷ୍ଟରେ ବଞ୍ଚିଥିଲା ଜଗାର ଜୀବନ, ଏବେ କିନ୍ତୁ ଅନିଶ୍ଚିତ ଭବିଷ୍ୟତ । କାରଣ ଜଗାର ଚିକିତ୍ସା ନେଇ ସାମ୍ନାକୁ ଆସିଛି ବଡ଼ କଥା । ୨୦୧୭ ମସିହାରେ ଏହି ବିରଳ ଅସ୍ତ୍ରୋପଚାର କରି ଜଗାର ଜୀବନ ବଞ୍ଚାଇଥିବା ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ଅନୁସାରେ ଅପରେସନର 6 ମାସ ଭିତରେ ଜଗା ମୁଣ୍ଡରେ କୃତ୍ରିମ ହାଡ଼ ଲାଗିବାର ଥିଲା I ହେଲେ ବହୁତ ଡେରି ହୋଇସାରିଛି I ତୁରନ୍ତ ହାଡ଼ ଲଗାଇବା ପକ୍ରିୟା ଆରମ୍ଭ କରିବା ଦରକାର I ନଚେତ ତା ପ୍ରତି ବିପଦ ରହିଛି I

୮ ବର୍ଷ ତଳର ଅପରେସନ ପରେ ଜଗାର ବାପା ମା କେବେ ବି ଡାକ୍ତର ମହାପାତ୍ରଙ୍କ ସହ ଯୋଗାଯୋଗ କରିନାହାନ୍ତି । ତେବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ୱତନ୍ତ୍ର କ୍ୟାବିନରେ ପରିବାର ସହ ରହୁଛି ଜଗା ! ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ଏଠି ସେ ଡାକ୍ତର ମାନଙ୍କ ନିରୀକ୍ଷଣରେ ରହିଛି । ବୟସ ତାର ୧୧ ହେଲାଣି । ମେଡିକାଲରେ ଥିବାରୁ ଆଜି ଯାଏଁ ପାଠ ପଢ଼ିପାରୁନି ।

ଡାକ୍ତର ଲଗାଇଥିବା ହେଲମେଟ୍ ଏବେ ବି ମୁଣ୍ଡରେ ପିନ୍ଧିଛି ଜଗା । ତାକୁ ଏକୁଟିଆ ବାହାରକୁ ଛଡ଼ାଯାଉନି । ମୁଣ୍ଡର ଦ୍ବିତୀୟ ଅପରେସନ ହୋଇନଥିବାବେଳେ କେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାଠ ପଢ଼ିବ, ଏ ନେଇ ଚିନ୍ତାରେ ବାପା ମା ।

ଅନ୍ୟପଟେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଜଗାର ଦ୍ବିତୀୟ ଅସ୍ତ୍ରୋପ୍ରଚାର କେବେ ହେବ ସେ ନେଇ ତାଙ୍କ ପାଖରେ କିଛି ଖବର ନାହିଁ । କଟକ SCBରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ବେଳେ ସେଠାକାର ଡାକ୍ତର ଯାହା ପରାମର୍ଶ ଦେଇଥିଲେ ସେହି ଅନୁସାରେ ତାର ଚିକିତ୍ସା ଚାଲିଛି । ଦ୍ବିତୀୟ ଅପରେସନ ନ ହେବା ଯାଏଁ ତାକୁ ସାଧାରଣ ପିଲାଙ୍କ ଭଳି ବାହାରକୁ ଛଡ଼ାଯାଇପାରିବ ନାହିଁ ।

୨୦୧୭ରେ ଦିଲ୍ଲୀ ଏମ୍‌ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅସ୍ତ୍ରୋପଚାର କରାଯାଇ ମୁଣ୍ଡ ଅଲଗା କରାଯାଇଥିଲା । ପରେ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର ହୋଇଥିଲେ ଦୁଇ ଭାଇ । ଗତବର୍ଷ ନଭେମ୍ବର ୨୫ରେ କାଳିଆର ଦେହାନ୍ତ ହୋଇଥିଲା । ତାର କିଛି ଦିନ ପରେ ଜଗା ଫୁଲବାଣୀ ମେଡିକାଲକୁ ଆସିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jaga Health Update | Doctor Reveals: Artificial Skull Delay Turns 8 Years Instead of 6 Months | Argus News