ରାମାୟଣ ପରିବେଷଣବେଳେ ଜୀଅନ୍ତା ଘୁଷୁରୀକୁ ଝୁଣି ଖାଇଲେ କଳାକାର

ବ୍ରହ୍ମପୁର: ରାମାୟଣ ପରିବେଷଣ ସମୟରେ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ଝୁଣି ଝୁଣି ଖାଇଲେ କଳାକାର ବିରାୟୁଧ ରାକ୍ଷସ । ଏଭଳି ଦୁଶ୍ୟ ଦେଖିବାକୁ ମିଳିଥିଲା ହିଂଜିଳି ବ୍ଲକ ରାଲବ ଗ୍ରାମରେ କାଞ୍ଚି ଅଁଳା ଯାତ୍ରାରେ । ଏପରିକି ଜିଅନ୍ତା ବିଷଧର ସାପକୁ ମଂଚ ଉପରେ ଖେଳିବା ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଦୁଶ୍ୟ ଦେଖାଇବା ଉଭୟ ଦର୍ଶକ ଓ ସାପ ପାଇଁ ବିପଦ ଜନକ ।
ଏଠି ବନ୍ୟା ପ୍ରାଣୀ ଆଇନର ଖୁଲମ ଖୁଲା ଉଲଘଂନ କରିଛନ୍ତି ମଞ୍ଚରେ ପ୍ରଦର୍ଶନ କରାଉଥିବା କଳାକାର । ସେ ଯାତ୍ରା ହେଉ କିମ୍ବା ନାଟକ ତାକୁ ଅଧିକ ଜୀବନ୍ତ କରିବା ପାଇଁ ଏହାର ଉଦେଶ୍ୟ ରହିଥିଲେ ମଧ୍ୟ ଆଇନ ଗତ ଦୃଷ୍ଟିରୁ ଏହା ଦଣ୍ଡନୀୟ ଅପରାଧ ସତ୍ତ୍ୱେ ସମାଜକୁ ଯାଉଛି କୁସଂସ୍କାରର ବାର୍ତ୍ତା । ଵିଶେଷ କରି ଗଞ୍ଜାମର ଗ୍ରାମାଂଚଳ ବିଭିନ୍ନ ସମୟରେ ପୌରାଣିକ ନାଟକ ପରିବେଷଣ ବେଳେ ଏପରି ନିରୀହ ଜୀବମାନଙ୍କୁ ନେଇ ଖେଳା ଯାଉଥିବା ଘଟଣା ସମ୍ମୁଖକୁ ଆସୁଥିଲେ ବି ପ୍ରଶାସନ ଜଳକା ସାଜୁଛି ।
