Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହେମଗିରି ଥାନା କନିକାସ୍ଥିତ ଆର୍ଯ୍ୟନ କୋଲ ୱାସେରୀ ସିଲ

Odisha

ହେମଗିରି ଥାନା କନିକାସ୍ଥିତ ଆର୍ଯ୍ୟନ କୋଲ ୱାସେରୀ ସିଲ

Ritu Das
Browse all articles by Ritu Das
·1 year ago·1 min read
ହେମଗିରି ଥାନା କନିକାସ୍ଥିତ ଆର୍ଯ୍ୟନ କୋଲ ୱାସେରୀ ସିଲ

ଖଣି ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ ପରେ ହେମଗିରି ଥାନା କନିକା ସ୍ଥିତ ଆର୍ଯ୍ୟନ କୋଲ ୱାସେରୀ ସିଲ୍। ବେଆଇନ କୋଇଲା ଗଚ୍ଛିତ ଥିବାର ସୂଚନା ପାଇ କାଲି ଠାରୁ ଚାଲିଥିଲା ଚଢାଉ। କମ୍ପାନୀ ପାଚେରୀରୁ ଦୁଇ କିଲୋମିଟର ଦୂର ଜଙ୍ଗଲରେ ଶହ ଶହ ଟନ କୋଇଲା ପଡ଼ି ରହିଥିଲା। ପାଚେରୀ ଠାରୁ ଅନତି ଦୂରରେ ଆଉ ଏକ ଠିକଣାରେ ମଧ୍ୟ ଅନେକ ମାତ୍ରାରେ ବିଶୋଧିତ କୋଇଲା ଗଚ୍ଛିତ ରହିଥିଲା।


ଏସବୁ କେଉଁଠାରୁ ଆସିଥିଲା ଏବମ କଣ ପାଇଁ ଗଚ୍ଛିତ ରଖାଯାଇଥିଲା ସେନେଇ ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ କମ୍ପାନୀ କତ୍ତୃପକ୍ଷ। ଏହାପରେ ଖଣି ବିଭାଗ ପକ୍ଷରୁ ଆର୍ଯ୍ୟନ୍ କୋଇଲା ୱାସେରିକୁ ସିଲ୍ କରାଯିବା ସହ କମ୍ପାନୀ ର ଲାଇସେନ୍ସ ବାତିଲ କରାଯାଇଛି। ଏହାଛଡ଼ା ୯ ହାଜର 5 ଶହ ଟନ ର କୋଇଲା ବେଆଇନ୍ ଭାବରେ ରଖାଯାଇଥିବା ଅଭିଯୋଗ ରେ ଏକ ମାମଲା ରୁଜୁ କାରିଛି ଖଣି ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aryan-kol-waseri-seal-in-hemgiri-police-station-kanika | Argus News