Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଲିସାନ ବଙ୍ଗଳା ନିର୍ମାଣ କରିବାକୁ କିଏ ଦେଇଥିଲା ଅନୁମତି ?

Odisha

ଆଲିସାନ ବଙ୍ଗଳା ନିର୍ମାଣ କରିବାକୁ କିଏ ଦେଇଥିଲା ଅନୁମତି ?

Smruti Parija
Browse all articles by Smruti Parija
·1 year ago·1 min read
ଆଲିସାନ ବଙ୍ଗଳା ନିର୍ମାଣ କରିବାକୁ କିଏ ଦେଇଥିଲା ଅନୁମତି  ?

ଭୁବନେଶ୍ୱର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟର୍ସ ମଧ୍ୟରେ ଆଲିସାନ ବଙ୍ଗଳା ଭଙ୍ଗା ଖବର ପ୍ରସାରଣ ମଧ୍ୟରେ ସଫେଇ ଦେଇଛନ୍ତି ବବି ଦାସ । ତାଙ୍କ କହିବା କଥା ମୁଁ ଯେମିତି ନେଇଛି, ସେମିତି ଫେରାଇବି । ଅର୍ଥାତ୍ ସରକାରୀ କ୍ୱାର୍ଟରକୁ ଯେଭଳି ନିଆଯାଏ, ସେଇଭଳି ଫେରାଯାଏ । ନିୟମ ଅନୁସାରେ ଭଙ୍ଗାଯାଉଛି । 

ଜିଏ ବିଭାଗ ନୋସିଟ୍ କରିଥିଲେ, 15 ସୁଦ୍ଧା କ୍ୱାର୍ଟସ ଛାଡି ଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସା ଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନସନ୍ କରିଥିଲି । ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡିବେ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ବୋଲି କହିଛନ୍ତି ବବି ଦାସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ତେବେ ଏଠି ପ୍ରଶ୍ନ ଉଠୁଛି, କ୍ୱାର୍ଟସ ନିର୍ମାଣ କରିବାକୁ ଜିଏ ଅନୁମତି ଦେଇଥିଲା କି ? ସରକାରୀ କ୍ୱାର୍ଟର ଭିତରେ ଏ ଆଲିସାନ ବଙ୍ଗଳା କାହା ଅନୁମତିରେ କଲେ ଆଉ କାହା ଅନୁମତିରେ ଭାଙ୍ଗିଲେ ।  
 

Argus Whatsapp Channel Mobile Top
Sponsored
As demolition at ex-BJD MLA Pranab Prakash Das’ govt quarters Bhubaneswar is underway, several questions are now being raised | Argus News