Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା

Key Points

  • ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା
  • ବିଧାୟକ, ସାଂସଦ ବି ଛାଡୁଛନ୍ତି ଦଳ
  • ଶଙ୍ଖ ମୋହ ଦୂରେଇ ଯାଉଛି, ପଦ୍ମ ଭରସାରେ ନେତା

ଅର୍ଗସ ବ୍ୟୁରୋ : ନବୀନଙ୍କ କଥା ଶୁଣୁନାହାନ୍ତି ବିଜେଡି ନେତା । ଯେତେ ବୁଝାଇଲେ କି ଯେତେ ଆଶ୍ଵସନା ଦେଲେ କେହି ଶୁଣିବା ସ୍ଥିତିରେ ନାହାନ୍ତି । ସେଇଥି ଲାଗି ତ ନିଇତି ନେତାଏ ଛାଡୁଛନ୍ତି ଦଳ । ଜଣେ କି ଦୁଇଜଣ ନୁହେଁ ବରଂ ଅଧିକାଂଶ ନେତା ଏବେ ଛାଡିଲେଣି ଦଳ । ସାଧାରଣତଃ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୁଏ, ହେଲେ ଏସନ ଯେମିତି ମାତ୍ରାରେ ହେଲାଣି ତାହାକୁ ନେଇ ଚର୍ଚ୍ଚା ଜୋର ।

ନିଇତି ମିଶ୍ରଣ ପର୍ବ । ୨୪ ନିର୍ବାଚନ ପୂର୍ବରୁ ଏତେ ମାତ୍ରାରେ ନେତାଙ୍କ ଦଳ ଡିଆଁ ପୂର୍ବରୁ ଓଡ଼ିଶା କେବେ ଦେଖିନଥିଲା । କାରଣ ଏ ବର୍ଷ ସର୍ବାଧିକ ଶାସକ ଦଳର ହାତ ଛାଡୁଛନ୍ତି ନେତା । ଆଉ ମିଶୁଛନ୍ତି ମୁଖ୍ୟ ବିରୋଧୀ ଦଳ ବିଜେପିରେ । ସେଇଥି ଲାଗି ତ ଚିନ୍ତାରେ ନବୀନ ବାବୁ । ଏମିତି ସ୍ଥିତି ଲାଗି ରହିଲେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ବୈତରଣୀ ପାର ହେବାକୁ ଯେ କେତେ କଷ୍ଟକର ତାହା ଏବେଠୁ ଜଳଜଳ ହୋଇ ଦିଶୁଛି ।

ଯେତେ ରଣକୌଶଳ ଆପଣାଇଲେ ବି ମ୍ୟାନେଜ ହେବା ମୁଡ୍‌ରେ ନାହାନ୍ତି ବିଦ୍ରୋହୀ ନେତା ।  ବିଜେଡି ଟ୍ରଷ୍ଟ ଦେଲେ ବି ବିଶ୍ଵାସ କରିବା ସ୍ଥିତିରେ କେହି ନାହାନ୍ତି । କୁହାଯାଉଛି କି,  ଗଲା କିଛି ଦିନ ଭିତରେ ବିଜେଡି ହାତ ଛାଡିଲେଣି ୨ ସାଂସଦ, ୪ ବିଧାୟକ ଆଉ ଗଣ୍ଡା ଗଣ୍ଡା ପୂର୍ବତନ ବିଧାୟକଙ୍କ ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ।  

ମିଳିଥିବା ସୂଚନା ଅନୁସାରେ, ବିଜେପିରେ ଏବେ ସୁଦ୍ଧା କଟକ ସାଂସଦ ଭର୍ତ୍ତୃହରି ମହତାବ, ଆଉ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେଇଥିବା ବିଜେଡିର ପୂର୍ବତନ ବିଧାୟକଙ୍କ ଭିତରେ ଅଛନ୍ତି ନବୀନ ନନ୍ଦ, ଦେବାଶିଷ ନାୟକ, ଭାଦବ ହାଁସଦା, ରାଜୁ ଦାସ, ପୂର୍ଣ୍ଣଚନ୍ଦ୍ର ସେଠୀ, ମୁକୁନ୍ଦ ସୋଢି ପ୍ରମୁଖ । ଯାହା ସ୍ପଷ୍ଟ କରୁଛି ବିଜେଡି ଛିଡିବା ସହ ବଢୁଛି ବିଜେପି । ବିଜେପି ରାଜ୍ୟ ସଭାପତି କହିଛନ୍ତି ଏହା ବିଜେଡି ପାଇଁ ଟ୍ରାଞ୍ଜିଟ୍ ପିରିୟଡ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଉଛି କି, କ୍ରାଇସିସ୍‌ ମ୍ୟାନେଜ କରିବାରେ ବିଫଳ ବିଜେଡି ନେତା । ପ୍ୟାରୀମୋହନ ଏବଂ କଳ୍ପତରୁଙ୍କ ପରେ ଆଉ ଅନୁଭବୀ କ୍ରାଇସିସ୍‌ ମ୍ୟାନେଜର ଦଳ ତିଆରି କରିପାରିନି । ଚର୍ଚ୍ଚା ହେଉଛି ବିଜେଡି ଛାଡ଼ିଥିବା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ମଧ୍ୟ ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି । ଏବେ ସୁଦ୍ଧା ବିଜେଡି ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୁହାଯାଇଛି ବାକି ଥିବା ୭୫ ଆସନ ଘୋଷଣା ପରେ ଆହୁରି ବିଦ୍ରୋହ ଦେଖା ଦେଇପାରେ । ତେବେ ସମୟ କହିବ ଆଗାମୀ ଦିନରେ କେଉଁ କେଉଁ ନେତା ଛାଡୁଛନ୍ତି ଦଳ ।


 

Sponsored
BJD Leaders | Argus News