Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରୀକ୍ଷା ସମୟରେ ନୂଆ "ଓ" କାର୍ଯ୍ୟକ୍ରମ କରି କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?

Odisha

ପରୀକ୍ଷା ସମୟରେ ନୂଆ "ଓ" କାର୍ଯ୍ୟକ୍ରମ କରି କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?

Smruti Parija
Browse all articles by Smruti Parija
·2 years ago·2 min read
ପରୀକ୍ଷା ସମୟରେ ନୂଆ "ଓ" କାର୍ଯ୍ୟକ୍ରମ କରି କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?

ଅର୍ଗସ ବ୍ୟୁରୋ: ଓଡିଆ ଭାଷାର ପ୍ରସାର ପାଇଁ ଗୋଟେ ପଟେ ଓଡିଆ ଭାଷା ବିଶ୍ୱ ସମ୍ମିଳନୀ କରୁଛନ୍ତି ରାଜ୍ୟ ସରକାର । ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ବାନଙ୍କ ଉପସ୍ଥିତିରେ  ଓଡିଆ ଭାଷାର ସୁରକ୍ଷା ପାଇଁ ଆଲୋଚନା ହେଉଛି । ଆଉ ଆରପଟେ ନୂଆ ଓ କାର୍ଯ୍ୟକ୍ରମ କରି ତେଲୁଗୁ ଗୀତରେ ନାଚୁଛନ୍ତି ଓଡିଆ କଳାକାର ।

ସରକାର ଏକ । ଉଦ୍ଦେଶ୍ୟ ବି ଏକ । କେମିତି ଛାତ୍ରଛାତ୍ରୀ ନିଜ ମାତୃଭାଷାକୁ ନେଇ ଗର୍ବ କରିବେ...ମାତୃ ଭାଷାକୁ ଆଗକୁ ନେବାକୁ ସାରଥୀ ସାଜିବେ ସେଥିପାଇଁ ଏତେ ବଡ ଭବ୍ୟ ଆୟୋଜନ । ଗୋଟେ ପଟେ ସଂସ୍କୃତିକୁ ସଜାଡିବାକୁ ପ୍ରୟାସ ହେଉଥିବାବେଳେ ଆରପଟେ ସଂସ୍କୃତି ବିଗାଡୁଛି ନୂଆ ଓ କାର୍ଯ୍ୟକ୍ରମ ।

କଲେଜ, ବ୍ଲକ , ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜନ ହେଉଛି ନୂଆ ଓ କାର୍ଯ୍ୟକ୍ରମ । ଏହାର ଉଦ୍ଦେଶ୍ୟ କଣ । କାହିଁକି ପରୀକ୍ଷା ସମୟରେ ଏହା ଆୟୋଜନ ହେଉଛି । ଠିକ୍ ନିର୍ବାଚନ ପୂର୍ବରୁ ଏସବୁ ମାନେ କଣ ବୋଲି ବାରମ୍ବାର ବିରୋଧର ସ୍ୱର ଉଛୁଠି । 

ଓଡିଆ ଭାଷା ବିଶ୍ୱ ସମ୍ମିଳନୀରେ ଦଦରା ଖଣ୍ଡିଆ ଓଡିଆ ପଢି ଓଡିଆ ଭାଷାକୁ ତ ଯାହା ବିକୃତ କଲେ, ଏବେ ନୂଆ ଓ ରେ ଏ ତେଲୁଗୁ ଗୀତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି...
ରାଜ୍ୟ ଓଡିଶା...ଦର୍ଶକ ସାଜିଥିବା ପିଲା ବି ଓଡିଆ...କଳାକାର ବି ଓଡିଆ...ହେଲେ ତେଲୁଗୁ ଗୀତ ବାଜି କଣ ସାବ୍ୟସ୍ତ କରିବାକୁ ପ୍ରୟାସ କରାଯାଉଛି ତାକୁ ନେଇ ଉଠୁଛି ନାନା ପ୍ରଶ୍ନ । ପରୀକ୍ଷା ସମୟରେ ଏହି ନୂଆ ଓ କାର୍ଯ୍ୟକ୍ରମକୁ ନେଇ ସବୁଠି ଅସନ୍ତୋଷ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ନେଇ ସବୁବେଳେ ଚିନ୍ତିତ କେନ୍ଦ୍ର ସରକାର । ସମ୍ବଲପୁରରେ ଆଇଆଇଏମକୁ ମିଳିଛି ସ୍ଥାୟୀ କ୍ୟାମ୍ପସ । ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସର ଲୋକପର୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ଏହି ଦିନ ବେଶ ମହତ୍ତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

 

ଗୋଟେ ପଟେ କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ଆର ପଟେ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାକୁ ବିଗାଡିବାରେ ଲାଗିଛନ୍ତି । ଯାହା ଖୁବ ବିଡମ୍ବନାର ବିଷୟ ...
 

Sponsored
as-exam-is-near-students-getting-distracted-due-to-nua-o-programme | Argus News