Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଘରର ଛାତ ଉପରେ ବୁଲୁଛି ବାଘ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଘରର ଛାତ ଉପରେ ବୁଲୁଛି ବାଘ

ନୂଆଦିଲ୍ଲୀ: ଆଜିକାଲି ଜଙ୍ଗଲି ପଶୁ  ସହରକୁ ପଶି ଆସି ବୁଲିବା ଘଟଣା ଅନେକ ନଜିର ଥିବ। କିନ୍ତୁ  ଜଙ୍ଗଲର ସବୁଠାରୁ ହିଂସ୍ର ଜନ୍ତୁ ବାଘ ଘରେ ବୁଲିବାର କଥା ବୋଧ୍‌ ହୁଏ ଶୁଣି ନଥିବେ । ହଁ ବାଘ ବୁଲୁଛି ଘରେ।  ଏପରି ଏକ ଘଟଣା ଘଟିଛି  ଦିଲ୍ଲୀର ରିହାୟଶୀ ଅଞ୍ଚଳରେ। ଏଠାରେ ଜଣଙ୍କ ଘରର ଛାତ ଉପରେ ବାଘ ବୁଲୁଥିବାର ନଜର ଆସିଛି। ଏଥିସହି ପାଖାପାଖି ୫ ଜଣ ବାଘ ଆକ୍ରମଣରେ ଗୁରୁତର ହୋଇଛନ୍ତି।  ଯାହାଦ୍ୱାରା ସେଠାକାର ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଛି। ବାଘ ପାଇଁ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ। 

ସୂଚନାମୁତାବକ,  ଯେତେବେଳେ ବାଘଟି ଛାତରେ ବୁଲୁଥିଲା  ସେହି ସମୟରେ ଅନ୍ୟ ଛାତମାନଙ୍କରେ ଛିଡା ହୋଇ  ଲୋକମାନେ ବାଘର ଭିଡିଓ କରିଥିଲେ।  ମିଳିଥିବା ସୂଚନାନୁସାରେ  ବାଘଟି  ସହରର ୪/୫ ଜଣଙ୍କୁ ମଧ୍ୟ ଆକ୍ରମଣ କରିସାରିଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଛି।  ଖୁବ ଶୀଘ୍ର ବାଘକୁ ଉକ୍ତ ସହରରୁ ଉଦ୍ଧାର କରାଯିବ ବୋଲି ବନ ବିଭାଗ କହିଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored