Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରହ୍ମପୁର ସହରର ସୀମା ବଢୁଥିବାବେଳେ ବଢୁଛି ଅପରାଧିକ କାର୍ଯ୍ୟକଳାପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବ୍ରହ୍ମପୁର ସହରର ସୀମା ବଢୁଥିବାବେଳେ ବଢୁଛି ଅପରାଧିକ କାର୍ଯ୍ୟକଳାପ

ବ୍ରହ୍ମପୁର ସହରରେ ଦିନକୁ ଦିନ ବଢୁଛି ଜନସଂଖ୍ୟା । ଏଥିସହ ବଢ଼ି ଚାଲିଛି ଅପରାଧିକ କାର୍ଯ୍ୟକଳାପ, ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି। ଏଥପାଇଁ ଅଧିକ ମାନବ ସମ୍ବଳ ଆବଶ୍ୟକ ହେଉଥିବାବେଳେ ବ୍ରହ୍ମପୁରରେ କମିଶନରେଟ୍ ପୋଲିସ ବ୍ୟବସ୍ଥା ଲାଗୁ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି । ୨୦୧୪ ମସିହାରେ ଏହି ବ୍ୟବସ୍ଥା ଲାଗୁ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମୟରେ କମିଶନରେଟ୍ ପୋଲିସ ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସମ୍ପର୍କିତ ବିସ୍ତୃତ ରିପୋର୍ଟ ପୋଲିସ ମୁଖ୍ୟାଳୟକୁ ପଠାଯାଇଥିଲା ।


ଆବଶ୍ୟକ ଅଫିସର୍, କର୍ମଚାରୀ ସହ ନୂତନ ଥାନା ପ୍ରତିଷ୍ଠା ସହ ଥାନା ଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ହେଲେ ଘୋଷଣାକୁ ୧୭ ବିତିଯାଇଥିଲେ ହେଁ ସବୁକିଛି ପ୍ରସ୍ତାବରେ ହିଁ ରହିଗଲା । ନିକଟରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ବିଧାନସଭାରେ ଏ ନେଇ ପ୍ରଶ୍ନ କରିଥିଲେ । ଏହା ସରକାରଙ୍କ ନିକଟରେ ବିଚାରଧୀନ ଥିବା ଉତ୍ତରରେ କହିଥିଲେ ମୁଖ୍ୟମନ୍ତ୍ରୀ । 

ବ୍ରହ୍ମପୁର କମିଶନରେଟ୍ ପୋଲିସ ବ୍ୟବସ୍ଥାରେ ଜଣେ ଡିସିପି ରହିବା ସହ ତିନୋଟି ସବ୍‌ଡିଭିଜନ୍‌ରେ ଜଣେ ଲେଖାଏଁ ଏସିପି ଦାୟିତ୍ଵରେ ରହିବେ ବୋଲି ପ୍ରସ୍ତାବ ରଖାଯାଇଥିଲା । ଜଣେ ଲେଖାଏଁ ଏସିପିଙ୍କ ଅଧୀନରେ ୫ଟି ଥାନା ରହିବ ବୋଲି ପ୍ରସ୍ତାବ ରହିଥିଲା । କମିଶନରେଟ୍ ପୋଲିସ ବ୍ୟବସ୍ଥା ଲାଗୁ ଦିଗରେ ବ୍ରହ୍ମପୁର ସମସ୍ତ ମାନଦଣ୍ଡ ପୂରଣ କରୁଛି । ଏଣୁ ଏ ଦିଗରେ ରାଜ୍ୟ ସରକାର ବିଚାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଘୋଷଣା କରି ଗତ ବିଜେଡି ସରକାର ତ ଠକି ଦେଇଗଲା । ଏବେ ବ୍ରହ୍ମପୁରବାସୀଙ୍କ ଆଶା, ବିଜେପି ସରକାର ଅମଳରେ ବ୍ରହ୍ମପୁରରେ ଲାଗୁ ହେବ କମିସେନେରେଟ ବ୍ୟବସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
as-the-boundaries-of-berhampur-city-expand-so-does-criminal-activity | Argus News