|
logo
Live

Argus News - ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ କାର୍ଡ ବାଣ୍ଟିବା ପାଇଁ ଦାୟିତ୍ବ ଦିଆଯାଇଛି

Odisha

ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ କାର୍ଡ ବାଣ୍ଟିବା ପାଇଁ ଦାୟିତ୍ବ ଦିଆଯାଇଛି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ କାର୍ଡ ବାଣ୍ଟିବା ପାଇଁ ଦାୟିତ୍ବ ଦିଆଯାଇଛି

ଆଶା ଦିଦି ବାଣ୍ଟିବେ ଆୟୁଷ୍ମାନ କାର୍ଡ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗୋଟିଏ ବ୍ୟକ୍ତି ଗୋଟିଏ କାର୍ଡ ଆଧାରରେ ଆଶାକର୍ମୀମାନେ ଘରକୁ ଘର ଯାଇ ଇ-କେୱାଇସି ମାଧ୍ୟମରେ କାର୍ଡ ବଣ୍ଟନ କରିବେ। ସମସ୍ତେ ନୂଆ ସ୍ବାସ୍ଥ୍ୟ କାର୍ଡ ପାଇବା ପୂର୍ବରୁ ଯଦି କାହାର କୌଣସି ଅସୁବିଧା ହେଲା ଆଧାର କାର୍ଡ ମାଧ୍ୟମରେ ନିର୍ଦ୍ୱନ୍ଦ୍ୱରେ ଚିକିତ୍ସା ପାଇପାରିବେ। ଆଗାମୀ ତିନି ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ପାଖକୁ କାର୍ଡ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।


ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଦେଶସାରା ଯେଉଁଠି ଥିଲେ ମଧ୍ୟ ଚିକିତ୍ସା ସୁବିଧା ପାଇ ପାରିବେ ହିତାଧିକାରୀ। ଦେଶର ୨୯ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ।ଓଡ଼ିଶାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ସହ ପରିବାର ପିଛା ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ଲାଗି ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର। ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଯୋଜନାରେ ପରିବାର ପିଛା ଅତିରିକ୍ତ ୫ ଲକ୍ଷ ଦେୟମୁକ୍ତ ସୁବିଧା ମିଳିବ। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୧୭,୩୨,୫୬୯ ପରିବାରର ୨୩,୧୨,୯୭୯ ଲୋକ ଲାଭବାନ୍‌ ହେବେ।

Sponsored
ଜନସେବା କେନ୍ଦ୍ର ଓ ୪୮,୦୦୦ ଆଶାକର୍ମୀଙ୍କୁ କାର୍ଡ ବାଣ୍ଟିବା ପାଇଁ ଦାୟିତ୍ବ ଦିଆଯାଇଛି | Argus News