ଅଶାନ୍ତ ହେଉଛି ରାଜଧାନୀ: ଗୋଟିଏ ଦିନରେ ଚାରି ଚାରି ଟି ଘଟଣା

Key Points
ଭୁବନେଶ୍ବରରେ ଉପରମୁହାଁ ଅପରାଧ
କଥା କଥାକେ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା
ବେଧଡକ ଭାବେ ଚାଲିଛି ବେଆଇନ ଅପରାଧ
ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ
ଅଶାନ୍ତ ହେଉଛି ରାଜଧାନୀ । ସାମାନ୍ୟ କଥାକୁ କେନ୍ଦ୍ର କରି ହେଉଛି ଗଣ୍ଡଗୋଳ । ଭାଇଗିରି ଏବଂ ପତିଆରା ପାଇଁ ରାଜଧାନୀରେ ଘଟୁଛି ଅପରାଧ । ଅପରାଧ ପରେ ଖୁଲମ ଖୁଲା ବୁଲୁଛନ୍ତି ଅପରାଧୀ । ଗତକାଲି ଗୋଟିଏ ଦିନରେ ଚାରି ଚାରି ଟି ଘଟଣା କମିସନରେଟ ପୋଲିସ ପାଇଁ ପାଲଟିଛି ମୁଣ୍ଡ ବ୍ୟଥାର କାରଣ । ହାଇ ସିକ୍ୟୁରିଟି ଜୋନ ଫରେଷ୍ଟ ପାର୍କ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ହେଲେ ଏଯାଏ ଅପରାଧିଙ୍କ ପାଖରେ ପହଁଚି ପାରିନି ପୋଲିସ । ଏହି ଘଟଣା ପରେ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ଗତକାଲି ରାଜଧାନୀରେ ଘଟିଥିବା କିଛି ଘଟଣା ଉପରେ
ଘଟଣା ନମ୍ବର ୧-
କେଶୁରା ସ୍ଥିତ କୁଇନସିଟି ବାରରେ ହୋଇଥିଲା ଗଣ୍ଡଗୋଳ । ମଦ୍ୟପାନକୁ କେନ୍ଦ୍ର କରି ବାର ଭିତରେ ଲଙ୍କା ହୋଇଥିଲା କାଣ୍ଡ । ବିୟର ବୋତଲରେ ଦୁର୍ବୁତ୍ତ ମାନେ କରିଥିଲେ ଆକ୍ରମଣ । ଘଟଣାରେ ଏକାଧିକ ଲୋକେ ଆହତ ହୋଇଥିଲେ । ଘଟଣା ସ୍ଥଳରେ ବଡଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ବାରର ସିସିଟିଭି ଜବତ କରିଥିଲା ।
ଘଟଣା ନମ୍ବର ୨-
ପାହାଳ ଥାନା ନହରକଣ୍ଟା ହରିଦାସପୁର ଅଞ୍ଚଳରେ ଜଣେ ମହିଳା ଲକ୍ଷ୍ମୀ ମହାରଣାଙ୍କ ଘରେ ପଶି ଅଭିଯୁକ୍ତ ମାନେ ଜୋରଜବରଦସ୍ତ ଟଙ୍କା ଦେବାକୁ କହିଥିଲେ । ଲକ୍ଷ୍ମୀଙ୍କ ସ୍ୱାମୀ ଟଙ୍କା ଦେବାକୁ ମନା କରିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଘଟଣା ନମ୍ବର ୩-
ହାଇସିକ୍ୟୁରିଟି ଅଞ୍ଚଳ ରାଜଭଵନ ପଛପଟ ଗଳିରେ ସତ୍ୟବ୍ରତ ପ୍ରଧାନ ଛିଡା ହୋଇଥିବା ସମୟରେ ୧୦ ରୁ ୧୫ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ ।
📱 Get Argus News App
✨
ଘଟଣା ନମ୍ୱର ୪-
ସେହିଭଳି ହାଇ ସିକ୍ୟୁରିଟି ଜୋନ ଫରେଷ୍ଟ ପାର୍କ ରାସ୍ତାରେ ବିକି ନାୟକ ଯାଉଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କ ହାତ ଏବଂ ଦେହରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରଯାଇଛି । ଘଟଣାରେ ୩ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
ଅଭ୍ୟାସ ଗତ ଏବଂ କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ । ସହଜରେ ଜାମିନରେ ନମୁକୁଳିବା ପାଇଁ କୋର୍ଟଙ୍କୁ ଅବଗତ କରାଇବ ପୋଲିସ । ରାଜଧାନିରେ ଭାଇଗିରି ଦେଖାଇଲେ ସିଧା ଏନକାଉଣ୍ଟର ।