ଅଜଣା ଗାଡ଼ି ଧକ୍କାରେ ASI ମୃତ
·10 months ago

Key Points
ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା ପାଟବେଡା ଗ୍ରାମରେ ବୋଲି ସୂଚନା ମିଳିଛି।
ସଡ଼କ ଦୁର୍ଘଟଣାରେ ପୋଲିସ ASI ଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା ପାଟବେଡା ଗ୍ରାମରେ ବୋଲି ସୂଚନା ମିଳିଛି।
ସେ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ କାମାକ୍ଷାନଗର ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: