Odisha Update / ବିପଦରେ ଲିଙ୍ଗରାଜ ମନ୍ଦିର ! ASI ଟିମ୍ର ଯାଞ୍ଚ

Key Points
ବିପଦରେ ଲିଙ୍ଗରାଜ ମନ୍ଦିର !
ବଜ୍ରପାତରେ ପୋଡ଼ିଗଲା ମନ୍ଦିର ପତାକା
ଗର୍ଭଗୃହରେ ଫାଟିଲା ଲାଇଟ୍
ଅଚଳ ହେଲା ସିସିଟିଭି
ଲିଙ୍ଗରାଜ ମନ୍ଦିରରେ ASI ଟିମ୍ର ଯାଞ୍ଚ । ଗତକାଲି ବଜ୍ରପାତରେ ମନ୍ଦିର ପତାକା ପୋଡ଼ିଯିବା ପରେ ଆଜି ଯାଞ୍ଚ କରିଛନ୍ତି 5 ଜଣିଆ ଟିମ । ମନ୍ଦିର ପତାକା ସହ ପୋଡ଼ି ଯାଇଥିଲା ୨୦ରୁ ଅଧିକ ସିସିଟିଭି । ଗର୍ଭଗୃହ ମରକ୍ୟୁରୀ ବଲ୍ବ ମଧ୍ୟ ପୋଡି ଯାଇଛି । ମନ୍ଦିର ପରିସର ବୁଲିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ASI ଟିମ୍ । ଗତକାଲି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଘଟିଛି ଅଘଟଣ। ଅଚାନକ ମୂଷଳ ଧାରାରେ ବର୍ଷା ସାଙ୍ଗକୁ ବିଜୁଳି ମାରିବା ଯୋଗୁ ମୁଖ୍ୟ ମନ୍ଦିରର ଦଧିନଉତିରେ ଲାଗିଥିବା ପତକା ପୋଡିଯାଇଛି।
କେବଳ ଏତିକି ନୁହେଁ ଗର୍ଭଗୃହରେ ଥିବା ମର୍କ୍ୟୁରି ଲାଇଟ ଫାଟି ଯାଇଥିବା ବେଳେ ମନ୍ଦିର ପରିସରରେ ଥିବା ୨୦ରୁ ଉର୍ଦ୍ଧ୍ବ ସିସିଟିଭି ମଧ୍ୟ ଅଚଳ ହୋଇଯାଇଛି। ସେହି ସମୟରେ ମନ୍ଦିରରେ ଥିବା କିଛି ସେବାୟତ, ଏବଂ ଶ୍ରଦ୍ଧାଳୁମାନେ ବଜ୍ରାଘାତ କାରଣରୁ ଆହତ ହୋଇଛନ୍ତି।ବୁଧବାରର ଅଘଟଣ ପରେ ଗୁରୁବାର ପ୍ରତ୍ନତତ୍ତ୍ଵ ବିଭାଗର ଏକ ଟିମ୍ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କାହିଁକି ଓ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ଆଗକୁ କିପରି ଏହାକୁ ରୋକାଯାଇ ପାରିବ। ମନ୍ଦିରରେ ଥିବା ଆର୍ଥିଂ ବ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରିଛି ଏହି ଟିମ୍। ଲିଙ୍ଗରାଜ ମନ୍ଦିର ଐତିହାସିକ କିର୍ତ୍ତିରାଜୀ ହୋଇଥିବା ବେଳେ ପ୍ରାକୃତିକ ଦୁର୍ବିପାକରୁ ଏହାକୁ ରକ୍ଷା କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା ଆପଣାଯାଉ ବୋଲି ଦାବି ହୋଇଛି।
📱 Get Argus News App
✨ସୂଚନା ଯୋଗ୍ୟ; ଗତକାଲି ଅପରାହ୍ନରେ ରାଜଧାନୀରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ଭୁବନେଶ୍ଵରର ବିିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା।ବଜ୍ରପାତ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମନ୍ଦିରର ପତାକା ପୋଡ଼ି ଯାଇଥିବାବେଳେ ସିସିଟିଭି କ୍ୟାମେର ଫାଟିଯାଇଛି ଏବଂ ଗର୍ଭଗୃହର ମରକ୍ୟୁରି ଲାଇଟ୍ ମଧ୍ୟ ଫାଟି ଯାଇଥିଲା । ବଜ୍ରପାତ ଏତେ ଶକ୍ତି ଶାଳୀ ଥିଲା ଯେ ସେବାୟତ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ । ଏହା ସହ ନିମ୍ନ ମାନର ଆର୍ଥିଂ ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories