Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ

Smruti Parija
Browse all articles by Smruti Parija
·1 year ago·2 min read
ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ

Key Points

  • ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ
  • CRPF କ୍ୟାମ୍ପ୍ ଉଠିବା ପରେ ମନଇଚ୍ଛା ଚାଲିଛି ଜଙ୍ଗଲ ଲୁଟ୍
  • ବିଜେଡି ଶାସନରେ କାଠ ମାଫିଆଙ୍କୁ ମିଳିଥିଲା ଅଲିଖିତ ଲାଇସେନ୍ସ
  • 'ଦାମିଆ-ବରବରା' ଜଙ୍ଗଲର ସୁରକ୍ଷା ପାଇଁ ଜୋର ଧରିଲା ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଇଲାକାରେ ରହିଛି ''ଦାମିଆ-ବରବରା'' ଜଙ୍ଗଲ । ୫ଟି ସଂରକ୍ଷିତ ଜଙ୍ଗଲକୁ ମିଶାଇ ହୋଇଛି ଏହି ଜଙ୍ଗଲ । ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତି କିନ୍ତୁ ଏହାର ପରିସୀମା ଲମ୍ବିଛି ଗଞ୍ଜାମ ଓ ନୟାଗଡ଼ ଜିଲ୍ଲା ଯାଏଁ । ଯାହା ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ । ଶାଳ, ଶାଗୁଆନ, ପିଆଶାଳ,  ଚନ୍ଦନ ଭଳି ଅନେକ ମୂଲ୍ୟବାନ ଗଛରେ ଭରପୁର ଏହି ଦାମିଆ ବରବରା ଜଙ୍ଗଲ ଏବେ ଶ୍ରୀହୀନ ହେବାରେ ଲାଗିଛି। ଏକଦା ଅତ୍ୟନ୍ତ ଘଞ୍ଚ ଥିବା ଏହି ଜଙ୍ଗଲ ଦିନକୁ ଦିନ ଲଣ୍ଡା ହୋଇଗଲାଣି । ଏତେ ବଡ଼ ଜଙ୍ଗଲକୁ ବାଲୁଗାଁ ବନ ବିଭାଗ ସୁରକ୍ଷା ଦେବା ସମ୍ଭବ ହେଉନାହିଁ । କାଠ ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଛି । 

1991 ରୁ 2013 ମସିହା ଯାଏଁ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ବନ ବିଭାଗ ସହିତ CRPF ଯବାନ ନିୟୋଜିତ ହୋଇଥିଲେ । ମାତ୍ର ଏବେ ଜଙ୍ଗଲ ସୁରକ୍ଷା ପାଇଁ ଆଉ CRPF ଯବାନ ନାହାନ୍ତି । ବଡ଼ ବଡ଼ ମୂଲ୍ୟବାନ ଗଛ ସବୁ କାଟି ନେଉଛନ୍ତି କାଠ ମାଫିଆ । 2019 ମସିହାରେ ''ଦାମିଆ-ବରବରା'' ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ତା'ପରେ ବାରମ୍ବାର ସର୍ଭେ କରାଗଲା ହେଲେ, କିନ୍ତୁ ଏ ଯାଏଁ ତାହା ହୋଇ ପାରିଲା ନାହିଁ । ଅନ୍ୟପଟେ ଜଙ୍ଗଲକୁ ସୁରକ୍ଷା ଦେବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଜଙ୍ଗଲ ଅବକ୍ଷୟ ଯୋଗୁଁ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ  ହେଉଛନ୍ତି। 

ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ପ୍ରସିଦ୍ଧ ସ୍ଥାନ । ବାଣପୁରର ଐତିହ୍ୟ କହିଲେ ଏହି ''ଦାମିଆ-ବରବରା'' ଜଙ୍ଗଲକୁ ହିଁ ବୁଝାଉଥିବାବେଳେ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Asia's largest teak forest under threat | Argus News