Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ସମ୍ବଲପୁରରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ନବୀନ ଓ ପାଣ୍ଡିଆନଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସିଧା ଟାର୍ଗେଟ । କହିଲେ ଓଡ଼ିଶାରେ ନବୀନ ବାବୁଙ୍କ କୌଣସି ପାୱାର ନାହିଁ । ପାଣ୍ଡିଆନଙ୍କ ଇସାରାରେ ନବୀନ ପରିଚାଳିତ । ବିନା ପାଣ୍ଡିଆନରେ ଗୋଟିଏ ପଦ କହିପାରିବେନି ନବୀନ। ସିଏମଙ୍କ ସବୁ  ନିଷ୍ପତ୍ତିରେ ହସ୍ତକ୍ଷପ କରୁଛନ୍ତି ପାଣ୍ଡିଆନ୍। 

ଏଠି ଟି ଫର ଟ୍ରାନ୍ସପରେନ୍ସି ନୁହେଁ ଟି ଫର ତାମିଲନାଡୁ। ଓଡିଶାରେ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି । ପାଣ୍ଡିଆନ ନିଜେ ମୁଖ୍ୟମନ୍ତ୍ରୀ ଭଳି କାମ କରୁଛନ୍ତି। `ନବୀନ ଅସୁସ୍ଥ ସହ ନଜରବନ୍ଦୀ'ରେ ଅଛନ୍ତି ବୋଲି କହିଛନ୍ତି ହିମନ୍ତ।

ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ସମ୍ବଲପୁରରେ ପହଞ୍ଚିବା ପରେ ମା' ସମଲେଇଙ୍କ ଦର୍ଶନ କରିଛନ୍ତି  ହିମନ୍ତ ବିଶ୍ବଶର୍ମା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଆଉ କିଛି ସମୟ ପରେ ଦେବଗଡ ରୋଡ ସୋ'ରେ ହେବେ ସାମିଲ । ଏଥିସହ ବଡବିଲ, ଚୌଦ୍ବାର ଓ ବଡମ୍ବାରେ କରିବେ ନିର୍ବାଚନୀ ସଭା।


 

Sponsored
Assam Chief Minister | Argus News