ସେଦିନ ରାତିରେ ଭରତପୁର ଥାନାରେ କଣ ହୋଇଥିଲା ?

Key Points
- ସୀମା ଟପିଥିଲା ଭରତପୁର ପୋଲିସ
- କ୍ୟାମେରା ସାମ୍ନାରେ କାନ୍ଦିକାନ୍ଦି ସବୁ କହିଲେ ଅଙ୍କିତା
- ଥାନାରେ ଆଇଆଇସି ଦେଇଥିଲେ ଯୌନ ନିର୍ଯାତନା
ଅର୍ଗସ ବ୍ୟୁରୋ: ରକ୍ଷକ ଯେବେ ଭକ୍ଷକ ସାଜେ, ବାଡ ଯେବେ ଫସଲ ଖାଏ....ଭରତପୁର ଥାନାରେ ଯେଉଁପରି ଘଟଣା ଘଟିଲା ସେମିତି କିଛି ଘଟଣା ବୋଧହୁଏ ଘଟେ । କାରଣ ଜଣେ ଅଭିଯୋଗକାରୀଙ୍କୁ ଥାନାରେ ଅଟକ ରଖିବା ସହିତ ମାଡ ମାରିବା, ଯୌନ ନିର୍ଯାତନା ଦେବା ପରି ସାଙ୍ଘାତିକ ଓ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ପୋଲିସ ବଦନାମ ହେଉଛି, କୋର୍ଟ ବି ଖପ୍ପା ହୋଇଛନ୍ତି । ନିଜେ ଡିଜିପି ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି ।
ସେଦିନ ଥିଲା ୧୫ ତାରିଖ । ରାତି ପ୍ରାୟ ୧ଟା ହେବ । ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଗୁରୁବଂଶଙ୍କ ସହ ଫେରୁଥିଲେ ଅଙ୍କିତା । ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ହଇରାଣ କଲେ, ବହୁ କଷ୍ଟରେ ସେମାନେ ମୁକୁଳି ଆସିଥିଲେ । ରାସ୍ତାରେ ଯେଉଁ ଘଟଣା ଘଟିଲା, ତାହାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲେ ଅଙ୍କିତା । ହେଲେ ଥାନାରେ ପହଞ୍ଚିବା ବେଳକୁ ଦେଖିଥିଲେ କି ନାଇଟ୍ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଳ ବସିଥିଲେ । ଏତଲା ରଖିବା ବଦଳରେ ତାଙ୍କୁ ପ୍ରବଳ ଗାଳିଗୁଲଜ କଲେ । ଅଙ୍କିତାଙ୍କ ହାତ ଓ ଗୋଡ଼ ବାନ୍ଧି ପୋଲିସ ଛାତିକୁ କିକ୍ ମାରିଲେ । ଆଉ ଏସବୁ ଘଟଣାରେ ଆଇଆଇସି ସିଧାସଳଖ ସଂପୃକ୍ତ ଥିଲେ । ଆଉ ଯୌନ ନିର୍ଯାତନା ଦେବାକୁ ପଛାଇ ନଥିଲେ । ଥରେ ଚିନ୍ତା କରନ୍ତୁ ଥାନା ଭିତରେ ଜଣେ ଆର୍ମି ଅଫିସରଙ୍କ ସହ ଯଦି ଏମିତି ଘଟଣା ହୁଏ ତାହାଲେ ସାଧାରଣ ଜନତାଙ୍କୁ କେମିତି ବ୍ୟବହାର ଦେଖାଉଥିବେ ଭରତପୁର ଥାନା ଅଧିକାରୀ ।
ସବୁ ସୀମା ଟପିଥିଲା ଭରତପୁର ପୋଲିସ ! ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀ ସାଂଘାତିକ ଅଭିଯୋଗ କରିଛନ୍ତି । କାନ୍ଦି କାନ୍ଦି ବଖାଣିଛନ୍ତି ପୋଲିସ ବର୍ବରତାର କାହାଣୀ । AIIMSରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବା ପରେ ଗତକାଲି ଘଟଣା ଦିନର ପୂରା କାହାଣୀ ବଖାଣିଛନ୍ତି ମେଜର ଗୁରୁବଂଶଙ୍କ ବାନ୍ଧବୀ । ହେଲେ ଯେଉଁଥିପାଇଁ ଏତେ କାଣ୍ଡ, ଯେଉଁଥିପାଇଁ ରାତି ଅଧରେ ଜଣେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଥାନାକୁ ଯିବାକୁ ପଡ଼ିଲା, ସେମାନେ ଆଇନର ପଞ୍ଝାକୁ କେବେ ଆସିବେ ? ଉତ୍ପାତିଆ ରୋଡ୍ ରୋମିଓଙ୍କୁ କେବେ ଧରିବ ପୋଲିସ୍ ? ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଏବଂ ଅନ୍ୟ ୪ କର୍ମଚାରୀଙ୍କ ନିଲମ୍ବନ ପରେ ଏବେ ଅଭିଯୁକ୍ତ ରୋଡ୍ ରୋମିଓଙ୍କ ଉପରେ ବି ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କାରଣ ଖୋଦ୍ ପୋଲିସ୍ ଡିଜିପି, ଆର୍ମି ମେଜରଙ୍କ ମୂଳ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ରୋଡ୍ ରୋମିଓଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଥାନା ଭିତରେ ବର୍ବରକାଣ୍ଡ ପାଇଁ ଓଡ଼ିଶା ପୋଲିସକୁ ବଦନାମ୍ କରିଥିବା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଯେଉଁମାନେ ଥାନାକୁ ଯାଉଥିଲେ ଏତଲା ଦେବା ପାଇଁ ସେମାନଙ୍କୁ ଟଙ୍କା ମାଗିବାକୁ ସେ ପଛାଉନଥିଲେ । ଗାଁରେ ଢଗ ପକାଇ କୁହନ୍ତି, ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି । ବୋଧହୁଏ ଏକଥାକୁ ପୁରା କାମରେ ଲଗାଇ ଦେଇଥିଲେ ଭରତପୁର ଆଇଆଇସି । ଚାକିରି କରିଥିଲେ ପୋଲିସ, ହେଲେ ବିନା ଲାଂଚରେ ପାଦେ ଚଳୁନଥିଲେ ଆଇଆଇସି । ପୂର୍ବରୁ କ୍ୟାଣ୍ଟନମେଣ୍ଟ ଥାନାରେ ଥିବା ବେଳେ ୪୦ ହଜାର ଲାଂଚ ମାଗିବା ଘଟଣାକୁ ନେଇ ବିବାଦୀୟ ହୋଇଥିଲେ ଦୀନକୃଷ୍ଣ । ହେଲେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଯେଉଁପରି ଘଟଣା ଘଟିଲା ଥାନା ଭିତରେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ।
📱 Get Argus News App
✨ଏପଟେ, ଭରତପୁର ଥାନା ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମହିଳା କମିଶନ । ଘଟଣାରେ କମିଶନ୍ ରାଜ୍ୟ ପୋଲିସ