Videos
|
Odisha

କାନ୍ଦିକାନ୍ଦି କହିଲେ ଛାଡିଦେବି ଯାତ୍ରା... କରିବିନି ନାଟକ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାନ୍ଦିକାନ୍ଦି କହିଲେ ଛାଡିଦେବି ଯାତ୍ରା... କରିବିନି ନାଟକ

Key Points

ଯାତ୍ରାରେ ଛିଣ୍ଡୁନି ଟଙ୍କା ଦିଆନିଆ ଅଙ୍କ

କମେଡିଆନ ନରି ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ

ଉଲଗ୍ନ କରି ବାଡ଼େଇଲେ ଯାତ୍ରା ପାର୍ଟି ମାଲିକ

କାନ୍ଦିକାନ୍ଦି କହିଲେ ଛାଡିଦେବି ଯାତ୍ରା... କରିବିନି ନାଟକ

ଯାତ୍ରାର ପିଛା ଛାଡୁନି ବିବାଦ। ବର୍ଷ ଆରମ୍ଭରୁ ପାର୍ଟି ଅଦଳବଦଳ ନେଇ ଚାଲିଛି ଟଣା ଓଟରା। କେଉଁ କଳାକାର କେଉଁ ପାର୍ଟିରେ ରହିବେ, ନା ହେଉଛି ଫାଇନାଲ.. ନା ଆସୁଛି ପୋଷ୍ଟର। ପିୟୁଷଙ୍କୁ ନେଇ ସିଂହବାହିନୀ ଓ ସୂର୍ଯ୍ୟ ମନ୍ଦିରର ପୋଷ୍ଟର ଓ୍ବାର ଚାଲିଥିବା ବେଳେ, କମେଡି କଳାକାର ନରୀ ପଣ୍ଡା ଆଣିଲେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାମରେ ସାଂଘାତିକ ଅଭିଯୋଗ। ଟଙ୍କା ଫେରାଇବାକୁ ଯାଇଥିବା ବେଳେ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କୁ ଉଲଗ୍ନ କରି ମରଣାନ୍ତକ ମାଡ ମାରିଥିବା ନେଇ କରିଛନ୍ତି ଅଭିଯୋଗ। ନରି ପଣ୍ଡାଙ୍କ କହିବା କଥା ଆଗାମୀ ଯାତ୍ରା ଋତୁରେ ସ୍ବପ୍ନ ମହଲ ଛାଡି ସେ ଯାଇଥାନ୍ତେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ।


ଏଥିପାଇଁ ତୁଳସୀ ମାଲିକ ନାଣ୍ଡୁ ବାବୁଙ୍କ ସହ ହୋଇଥିଲା ଡିଲ୍‌, ୨ ଥରରେ ୧୦ ଲକ୍ଷ ଟଙ୍କା ନେଇଥିଲେ ଆଡଭାନ୍ସ। ଆଉ କିଛି ଅଗ୍ରିମ ମାଗିବାରୁ ରାଗିକି ଫୋନ କାଟିଦେଲେ ବାବୁ। ସ୍ତ୍ରୀ ଫୋନ କରିବାରୁ ସ୍ତ୍ରୀଙ୍କୁ ଦେଲେ ଅସଭ୍ୟ ଗାଳି। ପାର୍ଟିରେ ରହିବେନି କହି ଟଙ୍କା ଫେରାଇବାକୁ ଗଲାରୁ ବନ୍ଦ କୋଠାରୀରେ ପୁରାଇ ଉଲଗ୍ନ କରି ମାଡ ମାରିଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ନରି ପଣ୍ଡା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଠି ପ୍ରଶ୍ନ ଉଠୁଛି କଳାକାର ଓ ମାଲିକ ସଂଘ ଭିତରେ ରହୁନି କି ସମନ୍ୱୟ ? କାହିଁକି ପାର୍ଟି ଅଦଳବଦଳ ବେଳେ ହେଉଛି ବିଶୃଙ୍ଖଳା ? ଆଇନ୍ ଅନୁସାରେ ହେଉନି କି ଚୁକ୍ତି ? ନା ଟେବୁଲ ତଳେ ଦିଆନିଆ ପାଇଁ ବଢୁଛି ଅଡୁଆ ? ସେପଟେ ଯଦି ନରିଙ୍କ ଅଭିଯୋଗ ସତ, ତାହେଲେ କଳାକାରଙ୍କୁ ମାରିବାକୁ ମାଲିକଙ୍କୁ କିଏ ଦେଲା ଅଧିକାର ? କଳାକାର ଟଙ୍କା ନିଅନ୍ତି ବୋଲି କ'ଣ ମୁଣ୍ଡ ବିକନ୍ତି ? ମାଲିକ କଣ ଯାହା ଇଚ୍ଛା ତାହା କରିବେ ? ଏବେ ଦେଖିବାକୁ ବାକି ରହିଲା ସଂଘରେ ହେଉଛି ସମାଧାନ ନା ମାମଲା ଯାଉଛି ଅଦାଲତ ?

assaulted jatra artist Nari Panda | Argus News