Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Assembly adjourn / ବିଧାନସଭାରେ SCB ତାତି,୪ ଦିନ ଧିରି ଗୃହରେ ଜାରି ରହିଛି ଅଚଳାବସ୍ଥା

Bikash Mohanty
Browse all articles by Bikash Mohanty
·3 months ago·2 min read
ବିଧାନସଭାରେ SCB ତାତି,୪ ଦିନ ଧିରି ଗୃହରେ ଜାରି ରହିଛି ଅଚଳାବସ୍ଥା
Assembly

Key Points

ବିଧାନସଭାରେ SCB ତାତି
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧି
ମୁଲତବୀ ପରେ ମୁଲତବୀ 
ବାରମ୍ୱାର ଗୃହ ଅଚଳ 
ଗତ ୪ ଦିନ ଧିରି ଗୃହରେ ଜାରି ରହିଛି ଅଚଳାବସ୍ଥା
ମୁଲତବି ପରେ ମୁଲତବି । ବାରମ୍ୱାର ଗୃହ ଅଚଳ । ଗତ ୪ ଦିନ ଧିରି ଗୃହରେ ଜାରି ରହିଛି ଅଚଳାବସ୍ଥା। ଚାଲି ପାରୁନି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଆଜକୁ ଚାରିଦିନ ହେବ ଗୃହରେ ଲାଗି ରହିଛି ହୋହଲ୍ଲା। ଗୃହ କାର୍ଯ୍ୟ ଆରମ୍ଭରୁ ନେଇ ଶେଷ ଯାଏଁ SCB ପୋଡ଼ି ଓ ମୃତାହତକୁ ପ୍ରସଙ୍ଗରେ କମ୍ପୁଛି ବିଧାନସଭା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧି କଂଗ୍ରେସ ଓ ବିଜେଡି। ହୋଇ ପାରୁନି ପ୍ରଶ୍ନ କି ଶୂନ୍ୟକାଳ, ଆସି ପାରୁନି ମୁଲତବୀ ପ୍ରସ୍ତାବ।
ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହରେ ବିରୋଧୀ କରିଥିଲେ ପ୍ରବଳ ହଟ୍ଟଗୋଳ । Scb ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡ଼ିର ସଦସ୍ୟ ପ୍ରତିବାଦ କରିଥିଲେ। । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ବିରୋଧୀ । ବାଚସ୍ପତି ଙ୍କ ଫୋଡିୟମ କୁ ଚେଷ୍ଟା କରିଥିଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା, ବିଶ୍ୱ ମଲ୍ଲିକ, ବ୍ୟାମୋକେଶ ରାୟ.। ଚେୟାର ଉଠାଇ ବାଚସ୍ପତି ଙ୍କ ପୋଡିୟମ ଆଡକୁ ମାଡିଗଲେ ବିଜେଡି ବିଧାୟକ ଅରୁଣ ସାହୁ। ବାଚସ୍ପତି ଙ୍କ ସୁରକ୍ଷା କର୍ମୀଙ୍କ ସହ ଠେଲା ପେଲାକଲେ ଅରୁଣ। ସେପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଓ ନୀଳ ମାଧବ ହିକକ୍କା ବି ବାଚସ୍ପତି ଙ୍କ ଫୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରୁଥିଲେ। ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବି କରିଥିଲେ।

ଠିକ ୧୧.୩୦ରେ ଆରମ୍ଭ ହୋଇଥିଲା ଗୃହର ଶୁନ୍ୟକାଳ। ଶୂନ୍ୟକାଳରେ ବି ଗୃହରେ ଥିଲା ସମାନ ସ୍ଥିତି । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ। । Scb ଅଗ୍ନିକାଣ୍ଡ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ ବିରୋଧୀ ବିଧାୟକ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। 
ଏହି ହଟ୍ଟଗୋଳ ଭିତରେ ଆରମ୍ଭ ହେଲା ଶୂନ୍ୟକାଳ ଆଲୋଚନା । ବିରୋଧୀ ବିଧାୟକ ମାନଙ୍କୁ ଶୂନ୍ୟକାଳରେ କହିବାର ସୁଯୋଗ ଦେଲେ ବାଚସ୍ପତି । ହେଲେ ବିରୋଧୀ ନାରାବାଜି କରିବାରେ ବ୍ୟସ୍ତ । ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। 

ବିରୋଧୀଙ୍କ ହଙ୍ଗାମାକୁ ନେଇ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କଡ଼ା ସମାଲୋଚନା କରିଛନ୍ତି । ନିଜ ଅସ୍ତିତ୍ଵ ବଞ୍ଚାଇବାକୁ ରାଜନୀତି କରୁଛନ୍ତି ବିରୋଧୀ। ବିଜେପି ଲୋକଙ୍କ ସରକାର, ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଅଗ୍ନିକାଣ୍ଡକୁ ନେଇ ଟେକ୍ନିକାଲ ଟିମ ଗଠନ ହୋଇ ତଦନ୍ତ କରୁଛି। ଅବସରପ୍ରାପ୍ତ ବିଚାରପତି ବିଚାର ବିଭାଗୀୟ ତଦନ୍ତ କରୁଛନ୍ତି। ବିରୋଧୀ ବିରୋଧ ନାଁରେ ବିରୋଧ କରୁଛନ୍ତି ବୋଲି କହିଛନ୍ତି ଇରାଶିଷ।
SCB ମେଡିକାଲ କଲେଜରେ ନିଆଁ ଲାଗି 13 ଜଣ ମଲେ । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ଏ ଯାଏଁ ପ୍ରକୃତ ଦୋଷୀ ଧରାଯାଉନି । ଅଯୋଗ୍ୟ ଅପାରଗ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ।
ନିଜ ଦୋଷ ଲୁଚାଇବାକୁ ଯାଇ ଛୋଟ ଲୋକଙ୍କ ଉପର ଦାଉ ସାଧୁଛନ୍ତି ସରକାର। ଯେଉଁ ମାନେ ପ୍ରକୃତ ଉତ୍ତର ଦାୟୀ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି। 13 ଲୋକଙ୍କ ମୃତ୍ୟୁ ପରେ କେବଳ ଅନୁକମ୍ପା ଦେଖାଇ ବସି ପଡିଲେ ହେବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ।

ଏଥିସହ ପଢ଼ନ୍ତୁ: ନିର୍ବାଚିତ ବିଧାୟକଙ୍କୁ ଅପରାଧୀ କହି ହଜାର ହଜାର ଭୋଟରଙ୍କୁ ଅପମାନିତ କରିଛନ୍ତି ନବୀନ: ମୁଖ୍ୟମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assembly adjourn | Assembly Deadlock Continues: House Adjourned Repeatedly for Four Days | Argus News