Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେଠୁ ପେପରଲେସ୍ ହେଲା ବିଧାନସଭା

Smruti Parija
Browse all articles by Smruti Parija
·1 year ago·2 min read
ଏବେଠୁ ପେପରଲେସ୍ ହେଲା ବିଧାନସଭା

ଭୁବନେଶ୍ୱର: ଏବେଠୁ ପେପରଲେସ୍ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ 147 ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ୍ । ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା । କିଛି ସମୟ ପରେ ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।


କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଶାସକ ଦଳ ମୁଖ୍ୟ ସଚେତକ, ବିରୋଧୀ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ହରିବାବୁ କମ୍ଭମ ପତି ପ୍ରଥମ ଥର ପାଇଁ ରଖିବେ ଅଭିଭାଷଣ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୧୭ରେ ବଜେଟ ଉପସ୍ଥାପନ ହେବ । ବଜେଟ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍‌ । ତେବେ ନୂଆ ସରକାର ଆସିବା ପରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି ।


କେନ୍ଦ୍ର ଅନୁଦାନ କେତେ ଆସିବ ଏବଂ ରାଜ୍ୟ ସରକାରଙ୍କ ବଜେଟର ରୂପରେଖ କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରୀ ୨୨ ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ତେବେ ସମୁଦାୟ 28 ଦିନ କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭା ଅଧିବେଶନ ସମୟରେ ଉଭୟ ଶାସକ ଏବଂ ବିରୋଧି ଭାଗ ନେବେ । କେଉଁ ବିଭାଗ ପାଇଁ କେତେ ଟଙ୍କା ଦିଆଯାଉଛି ଏବଂ କେତେ ଗୁରୁତ୍ବ ଦିଆଯାଉଛି ସେନେଇ ତର୍ଜମା ହେବ ।

Sponsored
assembly-budget-session-starts-from-tomorrow | Argus News