Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧିବେଶନ ପୂର୍ବରୁ ପେପରଲେସ୍ ହେଲା ବିଧାନସଭା

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଧିବେଶନ ପୂର୍ବରୁ ପେପରଲେସ୍ ହେଲା ବିଧାନସଭା

Key Points

ଅଧିବେଶନ ପୂର୍ବରୁ ପେପରଲେସ୍ ହେଲା ବିଧାନସଭା
ପୂର୍ବରୁ 5Tରେ T ଫର୍ ଟେକ୍ନୋଲୋଜିର ହେଉନଥିଲା ବ୍ୟବହାର
ଏବେ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି ବିଧାନସଭାରୁ ଆରମ୍ଭ
ପୂର୍ବରୁ T ଫର୍ ଟିମ୍ ୱାର୍କରେ ହେଉଥିଲା ଲୁଟ୍
ଏବେ ଟେକ୍ନୋଲୋଜିକୁ ଟ୍ରାନ୍ସପରେନ୍ସି କରାଯାଉଛି
ପୂର୍ବରୁ ପୂର୍ଣ୍ଣାଙ୍ଗ ପେପରଲେସ୍ କାମ ହୋଇପାରୁନଥିଲା

ଏବେ ପେପରଲେସ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ଟ୍ୟାବରେ ବିଧାୟକ କରିପାରିବେ କାମ । ବାଚସ୍ପତି ସୁରମା ପାଢୀଙ୍କ ଉପସ୍ଥିତିରେ ବିଧାନସଭାରରେ ଜାତୀୟ ଇ ବିଧାନ ଆପ୍ଲିକେସନ ବା ନେଭା ଅଧିନରେ ଡିଜିଟାଲ ହାଉସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟ ହେବେ ବିଧାୟକ । ଗୃହର ସମସ୍ତ ପ୍ରୋସିଡିଂ ବିଷୟରେ ଗୋଟିଏ ଫିଙ୍ଗର ପ୍ରିଣ୍ଟରେ ବିଧାୟକ ମାନେ ଜାଣିପାରିବେ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା । ଆସନ୍ତାକାଲି ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ସମସ୍ତ ବିଧାୟକ ମାନଙ୍କୁ ଘଣ୍ଟେଏ ଲେଖାଏଁ ତାଲିମ ମଧ୍ୟ ଦିଆଯିବ । ଏହାଦ୍ୱାରା ବିଧାୟକ ମାନଙ୍କ ଡିଜିଟାଲ ଆଟେଡାଣ୍ଟ ରହିବ । କିଏ କେତେ ସମୟ ଆଲୋଚନାରେ ଭାଗ ନେଉଛନ୍ତି, ତାର ତଥ୍ୟ ବି ରହିବ । ଦେଶର ୧୭ତମ ରାଜ୍ୟ ଭାବେ ଓଡିଶା ବିଧାନସଭା ସଂପୂର୍ଣ୍ଣ ପେପର ଲେସ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୱାନ ନେସନ ୱାନ ଆପ୍ଲିକେସନ କାର୍ଯ୍ୟକ୍ରମ କରାଯାଇଛି । ତେବେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ବିଧାୟକ ମନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ପୂର୍ବରୁ ଓଡିଶାରେ ଲାଗୁ ହୋଇପାରୁନଥିଲା ପେପରଲେସ ବ୍ୟବସ୍ଥା। ବହୁ ଆଗରୁ ଆନ୍ଧ୍ରରେ ଏ ବ୍ୟବସ୍ଥା ହୋଇ ସାରିଛି। ପୂର୍ବ ସରକାର ଫାଇଭ ଟି ଜୋର ଦେଉଥିଲେ ବି ଟେକ୍ଲୋଲୋଜିକୁ ବ୍ୟବହାର କରିବା କ୍ଷେତ୍ରରେ କେଇଁଠି ନା କେଉଁଠି ପଛରେ ପଡିଥିଲେ। ଏବେ ବିଧାନସଭା ପେପରଲେସ୍ ହେଲେ କାଗଜ ବାବଦ ଖର୍ଚ୍ଚ କମିବ । ସମସ୍ତ ତଥ୍ୟ ମଧ୍ୟ ସୁରକ୍ଷିତ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assembly goes paperless ahead of session | Argus News