କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଓ ପରବର୍ତ୍ତୀ ଘଟଣା ନେଇ ବାଚସ୍ପତିଙ୍କ ବିବୃତି

ଗୃହରେ ବିଶୃଙ୍ଖଳା, ଗୃହ କାର୍ଯ୍ୟରେ ବାଧା ଦେଇ କଂଗ୍ରେସର ୧୨ ସାଂସଦ ମଙ୍ଗଳବାର ନିଲମ୍ବିତ ହୋଇଥିଲେ । ଆଉ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ସାରା ରାଜ୍ୟ ଦେଖିଲା । ତଥାପି ବୁଧବାର ଚାଲି ପାରିଲାନି ବିଧାନସଭା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କଲେ । ଶେଷରେ ଗତକାଲିର ଘଟଣା ନେଇ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାରେ ବିବୃତି ରଖିଛନ୍ତି ।
ଗୃହରେ ବିବୃତି ରଖି ବାଚସ୍ପତି କହିଛନ୍ତି, ୭ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ । ପ୍ଲାକାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ । ମାର୍ଚ୍ଚ ୨୦ରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହ୍ଵିସିଲ୍, ତୂରୀ, ଘଣ୍ଟ, ବଂଶୀ ବଜାଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟି କାର୍ଯ୍ୟ ଦିବସରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲିଥିଲା ।
୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍ ଗୃହ କାର୍ଯ୍ୟ ଚାଲି ପାରିନଥିଲା । ସେଥିପାଇଁ ମାର୍ଚ୍ଚ ୧୦ ,୧୩,୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ ସଦସ୍ୟ । ୨୧ ମାର୍ଚ୍ଚରେ ଉପବାଚସ୍ପତି ରୁଲିଂ ଦେଇଥିଲେ, ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ । ଏ ସବୁ ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା ।
📱 Get Argus News App
✨
ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ । ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବା ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି । କିନ୍ତୁ ରାତ୍ର ୯ଟାରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୈତିକ କର୍ମୀ ମାର୍ସଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ ।
ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି । ବିଧାନସଭା ପରିସରରରେ ବିଶୃଙ୍ଖଳା ବଢୁଥିବାରୁ ପୁନର୍ବାର ରାତି ୨ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ବାହାରକୁ ନେଇ ଛାଡ଼ିଥିଲେ । ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ ବୋଲି ବାଚସ୍ପତି ବିବୃତିରେ କହିଛନ୍ତି ।