Assembly deadloc / ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ, ୨୦ କୋଟି କ୍ଷତି
·5 months ago·3 min read

Key Points
ଗତ ୧୭ ତାରିଖରୁ ଚାଲିପାରୁନି ଗୃହ
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧି
ଏହି ବନ୍ଦ ଯୋଗୁଁ ରାଜ୍ୟ ରାଜକୋଷରୁ କ୍ଷତି ହେଲାଣି ୧୨ କୋଟି ଟଙ୍କା
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୁଚନା

ଭୁବନେଶ୍ବର ୨୫/୩: ଚାଲିଛି ବିଧାନସଭା ବଜେଟ୍ ଅଧିବେଶନ । ହେଲେ ଗତ ୧୭ ତାରିଖରୁ ଚାଲିପାରୁନି ଗୃହ। ବାରମ୍ବାର ମୁଲତବି ହେଉଛି ଗୃହ। ଏସସିବି ପୋଡି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧି। ଏହି ବନ୍ଦ ଯୋଗୁଁ ରାଜ୍ୟ ରାଜକୋଷରୁ କ୍ଷତି ହେଲାଣି ୧୨ କୋଟି ଟଙ୍କା। ଏନେଇ ଆଜି ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଲେ । କିନ୍ତୁ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିବେନି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ବୋଲି ସେ କହିଛନ୍ତି।
ଏସ୍ ସି ବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଚାଲିଛି । ବାରମ୍ବାର ମୁଲତବୀ ହେଉଛି ବିଧାନସଭା । ୧୭ ତାରିଖ ପରେ ଗୋଟିଏ ବି ଦିନ ପୁରା କାର୍ଯ୍ୟ ଦିବସ ପୂରଣ ହୋଇପାରୁନି। ସୋମବାର ଦିନ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଲାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ତାପରେ ବି ଗୃହ ଅଚଳ । ସେହିପରି ମଙ୍ଗଳବାର ଦିନ ମଧ୍ୟ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଯାହାଫଳରେ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀ ସଦସ୍ୟମାନେ ଶୁନ୍ୟକାଳରେ ଜୋରଦାର ବିରୋଧ କରିଥିଲେ। ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ ବି କରିଥିଲେ ।
ବୁଧବାର ବି ବିଧାନସଭାର ସମାନଅବସ୍ଥା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି । ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଯାହାଫଳରେ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।
ଶୁନ୍ୟକାଳରେ ଦେଖା ଦେଇଥିଲା ରୋଚକ ଦୃଶ୍ୟ। ପ୍ରଥମ ଥର ପାଇଁ ଶାସକ ବିଜେପି ସଦସ୍ୟମାନେ ସିଟରେ ବସି ପ୍ଲା କାର୍ଡ ଦେଖାଇ କରିଥିଲେ ପ୍ରତିବାଦ। ବିଭିନ୍ନ ପ୍ରସଙ୍ଗ ପ୍ଲାକାର୍ଡରେ ଲେଖି ବିଜେପି କରିଥିଲା ପ୍ରଶ୍ନ । ଦିଲ୍ଲୀରେ ଟ୍ରଷ୍ଟ କାହା ସ୍ବାର୍ଥରେ ବୋଲି ବିଜେପି କରିଥିଲା ପ୍ରଶ୍ନ । ଦଳୀୟ ସ୍ୱାର୍ଥ ପାଇଁ ବିଧାନସଭା ବନ୍ଦ କରୁଛନ୍ତି ବିରୋଧୀ । ନବୀନଙ୍କୁ ବହୁରୁପୀ ବୋଲି ପ୍ଲା କାର୍ଡରେ ଲେଖିଛି ବିଜେପି ।
ସେପଟେ ଶୁନ୍ୟକାଳରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ, ବିରୋଧୀଙ୍କ ହଙ୍ଗାମା ଲାଗି ୧୨ କୋଟି ଟଙ୍କା ନଷ୍ଟ ହେଲାଣି । ସାଧାରଣ ଲୋକଙ୍କ ରାଜକୋଷର ଅର୍ଥ ବିଧାନସଭାରେ ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାନସଭା ବନ୍ଦ କରି ୧୨ କୋଟି ଟଙ୍କା ରାଜସ୍ୱ ନଷ୍ଟ ହେଲାଣି । ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି । କୌଣସି ସେସନରେ ବଜେଟ୍ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟ ଭାଗ ନିଅନ୍ତି । କିନ୍ତୁ ଲଗାତର ଭାବେ ଏହାର ବ୍ୟତିକ୍ରମ ଦେଖାଯାଉଛି । ୨୪ ବର୍ଷ ଶାସନ ଦଳ ଯଦି ବିଧାନସଭାର ବିଧି ବ୍ୟବସ୍ଥା ପାଳନ କରିବେ ନାହିଁ । ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ । ପୂର୍ବରୁ ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ । କୌଣସି ଚାଷୀ ଆପଣଙ୍କ ଆପଣଙ୍କ ସହ ନଥିଲେ ।ଏବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । କୌଣସି ଦୁର୍ଘଟଣାସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପରେ ଆକ୍ସନ ବି ହେଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ପୂର୍ବରୁ ସାକ୍ଷୀଙ୍କୁ ହତ୍ୟା କରାଯାଇଥିଲା। ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ କି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିଥିଲେ କି ବିଧାନସଭାକୁ ଚଳାଇବା ଲାଗି । ହେଲେ କୌଣସି ଉତ୍ତର ଆସିନଥିଲା। ବିରୋଧୀଙ୍କ ଡର କଣ ପାଇଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ।
Related Topics
Explore more stories