Videos
|
Odisha

ତିନିଦିନର ବିରତି ପରେ ପୁଣି ଆଜି ସରଗରମ ହେବ ବିଧାନସଭା

Rashmita Mishra
Browse all articles by Rashmita Mishra
·1 year ago
ତିନିଦିନର ବିରତି ପରେ ପୁଣି ଆଜି ସରଗରମ ହେବ ବିଧାନସଭା

ତିନିଦିନର ବିରତି ପରେ ପୁଣି ଆଜି ସରଗରମ ହେବ ବିଧାନସଭା। କମ୍ପିବ ଗୃହ, ପ୍ରଶ୍ନକାଳରେ ରହିଛି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସହ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଲୋଚନା ହେବ। ଶୂନ୍ୟକାଳରେ ଉଠିପାରେ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରଶ୍ନ। ନାରୀ ସୁରକ୍ଷାକୁ ନେଇ ଗୃହ କମିଟି ଗଠନ ଦାବିରେ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ଗୃହରେ ପ୍ରତିବାଦ ଜାରି ରଖିଛି ବିଜେଡି ।

ଶୂନ୍ୟକାଳରେ ଉଠିପାରେ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରଶ୍ନ । ଶିଳ୍ପ ଓ ଗୃହ ନିର୍ମାଣ ପୌର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ଥିବା ବେଳେ ଏବେ ବି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ସହ ନାରୀ ସୁରକ୍ଷାକୁ ନେଇ ଗୃହ କମିଟି ଗଠନ ଦାବିକୁ ନେଇ ଜିଦରେ ଅଡି ରହି କକ୍ଷତ୍ୟାଗ କରିଛି ଦଳ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ପ୍ରତିବାଦ ଜାରି ରଖିଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
assembly-to-resume-today-after-three-day-break | Argus News