Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହଙ୍ଗାମା କରି ଗୃହ କାର୍ଯ୍ୟ ବନ୍ଦ କରିବାକୁ ବଦ୍ଧ ପରିକର କି ବିରୋଧୀ ?

Odisha

ହଙ୍ଗାମା କରି ଗୃହ କାର୍ଯ୍ୟ ବନ୍ଦ କରିବାକୁ ବଦ୍ଧ ପରିକର କି ବିରୋଧୀ ?

Smruti Parija
Browse all articles by Smruti Parija
·1 year ago·2 min read
ହଙ୍ଗାମା କରି ଗୃହ କାର୍ଯ୍ୟ ବନ୍ଦ କରିବାକୁ ବଦ୍ଧ ପରିକର କି ବିରୋଧୀ ?

ଧୋଇଗଲା ପ୍ରଶ୍ନକାଳ...ଚାଲି ପାରିଲାନି ମୌଖିକ ପ୍ରଶ୍ନ-ଉତ୍ତର ଆଲୋଚନା...ଶୂନ୍ୟକାଳ ଆଲୋଚନା ବି ଭଣ୍ଡୁର କରିଦେଲେ ବିରୋଧୀ । ମୁଲତବୀ ଆଲୋଚନା ବି ହୋଇପାରିଲା ନାହିଁ । ବିଧାନସଭାର ପ୍ରଥମାର୍ଦ୍ଧରେ ପୁରା ଅଚଳ ରହିଲା ଗୃହ । ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ କିଛି ଏଭଳି ସ୍ଥିତି ଉପୁଜିଥିଲା । ବିଜେଡି ଚାଷୀଙ୍କ ପ୍ରସଙ୍ଗ ଏବଂ କଂଗ୍ରେସ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ କରିଥିଲେ ଜୋରଦାର ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ବାଚସ୍ପତିଙ୍କ ବରମ୍ବାର ଅପିଲ୍ ସତ୍ତ୍ଵେ ଶୁଣିନଥିଲେ ବିରୋଧୀ । ଫଳରେ ବାଧ୍ୟ ହୋଇ ପ୍ରଥମେ ଦିନ ୧୨ଟା ଯାଏଁ ଏବଂ ତାପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।


ଧାନ କଟନୀ ଛଟନୀ, ଚାଷୀଙ୍କୁ କ୍ଷତିପୂରଣ ନମିଳିବା ସହ ଚାଷୀ ଆତ୍ମହତ୍ୟା ଭଳି ଅଭିଯୋଗ ଆଣିଥିଲା ବିଜେଡି । ହେଲେ କଂଗ୍ରେସ ପକ୍ଷରୁ ଚାଷୀଙ୍କ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲେ ବି ବିଜେଡିର ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲା ନାହିଁ । ଯାହାକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ କଡା ଜବାବ ରଖିଛି ଶାସକ ଦଳ । ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଯେହେତୁ ପ୍ରସଙ୍ଗ ନାହିଁ, ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସହ ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ତେଣୁ ପ୍ରଶ୍ନକାଳରେ ବିକ୍ଷୋଭ କରିବାର କୌଣସି ଆବଶ୍ୟକତା ନଥିଲା । ଆଉ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ବିରୋଧୀଙ୍କ ଭୂମିକା କେଉଁ ଭଳି ରହିବା କଥା, ବିଜେଡି ବିଧାୟକ ଟ୍ରେନିଂ ନିଅନ୍ତୁ ।


କାହିଁକି ଆଲୋଚନା ପରିବର୍ତ୍ତେ ହଟ୍ଟଗୋଳର ରାସ୍ତା ବାଛୁଛନ୍ତି ବିରୋଧୀ । ଗୃହ ଚାଲିଲେ ରାଜ୍ୟର ବିଭିନ୍ନ ସମସ୍ୟା, ଲୋକଙ୍କ ଦାବି, ବିକାଶମୂଳକ ପଦକ୍ଷେପ ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରନ୍ତା । କିନ୍ତୁ ହଟ୍ଟଗୋଳ କରି ଗୃହ ଚଳାଇନଦେବାକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Sponsored
assembly-update-budget-disscussion-second-day | Argus News