Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ସରକାରଙ୍କ ବଡ଼ ନିଷ୍ପତ୍ତି; ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ସୁଭଦ୍ରା ଶକ୍ତି ବଜାର

Smruti Parija
Browse all articles by Smruti Parija
·9 months ago·2 min read
ସରକାରଙ୍କ ବଡ଼ ନିଷ୍ପତ୍ତି; ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ସୁଭଦ୍ରା ଶକ୍ତି ବଜାର

Key Points

SHG ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବଜାରୀକରଣ କରିବାକୁ ବଡ ନିଷ୍ପତ୍ତି

ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର

ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱରରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ବି ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ।


ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର 'ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ 'ରାଉରକେଲା' ସହରାଞ୍ଚଳରେ କୌଣସି ଲଖପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ବିଧାନସଭାରେ କହିଲେ ଉପ ମୁଖ୍ୟମନ୍ତ୍ରୀ । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।


ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ଏବେ ସୁଦ୍ଧା ତୃତୀୟ କିସ୍ତି ପାଇସାରିଲେଣି । ଆହୁରି ଅନେକ ଏଥିରୁ ବଞ୍ଚିତ ମଧ୍ୟ ଅଛନ୍ତି । ଏବେ ସୁଦ୍ଧା ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତିରୁ କେତେ ଜଣ ପାଇଛନ୍ତି କେତେ ଜଣ ପାଇନାହାନ୍ତି ସେନେଇ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଉତ୍ତର ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି ପଢନ୍ତୁସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର: ହିତାଧିକାରୀଙ୍କୁ ପେନସନ୍


ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଛନ୍ତି 3 ଲକ୍ଷ 99 ହଜାର 352 ଜଣ ହିତାଧିକାରୀ । ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି 1 ଲକ୍ଷ 83 ହଜାର 785 ହିତାଧିକାରୀ । ସୁଭଦ୍ରରେ ପ୍ରଥମ କିସ୍ତି 1 କୋଟି 2 ଲକ୍ଷ 80 ହଜାର 92 ଜଣ ପାଇଥିବା ବେଳେ ଦ୍ବିତୀୟ କିସ୍ତିରେ 1 କୋଟି 96 ହଜାର 307 ପାଇଛନ୍ତି । ତୃତୀୟ କିସ୍ତି ପାଇଛନ୍ତି 96 ଲକ୍ଷ 96 ହଜାର 955 ଜଣ । ମୋଟ 1 କୋଟି 9 ଲକ୍ଷ 87 ହଜାର 894 ଜଣ ସୁଭଦ୍ରା ଆବେଦନ କରିଥିଲେ।

Sponsored
Odisha Assembly | assembly-update-ubhadra-shakti-bazaar-to-be-built-in-every-district | Argus News