Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସହକାରୀଯନ୍ତ୍ରୀଙ୍କୁ କ୍ବାଟରରେ ପଶି ମରଣାନ୍ତକ ଆକ୍ରମଣ

Rashmita Mishra
Browse all articles by Rashmita Mishra
·1 year ago·1 min read
ସହକାରୀଯନ୍ତ୍ରୀଙ୍କୁ କ୍ବାଟରରେ ପଶି ମରଣାନ୍ତକ ଆକ୍ରମଣ

Key Points

ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
ସହକାରୀଯନ୍ତ୍ରୀଙ୍କୁ କ୍ବାଟରରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ
କୋକସରା ବ୍ଲକର କାର୍ଯ୍ୟରତ ସହକାରୀଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ
ମରଣାନ୍ତକ ଆକ୍ରମଣ କରିବା ସହ କ୍ବାଟରରେ ଥିବା ଆସବାବପତ୍ର ଫିଙ୍ଗିଦେଲେ
ଅଭିଯୁକ୍ତ ସନ୍ତୋଷ ନାଏକ ଓ ୪ଜଣ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ

ସହକାରୀଯନ୍ତ୍ରୀଙ୍କୁ କ୍ବାଟରରେ ପଶି ପିଟିଲେ ଦୁର୍ବୁତ୍ତ । କୋକସରା ଥାନାରେ ଏନେଇ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ । ସେହି ଗ୍ରାମର ଯୁବକ ସନ୍ତୋଷ ନାଏକ ଓ ତାର ୪ଜଣ ସହଯୋଗୀ ଯନ୍ତ୍ରୀଙ୍କ କ୍ବାଟରରେ ପହଞ୍ଚି ତୁ ବିଧାୟକଙ୍କ ଚାମଚାଗିରି କରୁଛୁ ବୋଳି ଗାଳିଗୁଲଜ କରିବା ସହ ଛୁରୀରେ ଆକ୍ରମଣ କରିଥିଲେ । ମରଣାନ୍ତକ ଆକ୍ରମଣ କରି କ୍ବାଟରରେ ଥିବା ଆସବାବପତ୍ର ଫିଙ୍ଗିଥିଲେ ।

ସହକାରୀ ଯନ୍ତ୍ରୀ ଜୀବନ ବିକଳରେ ନିକଟରେ ଥିବା ବିଡ଼ିଓଙ୍କ କ୍ବାଟରକୁ ଦୌଡ଼ି ପଳାଇଥିଲେ । ଖାଲି ସେତିକି ନୁହେଁ ଆକ୍ରମଣ କାରୀ ବିଡ଼ିଓଙ୍କ କ୍ବାଟରରେ ପଶି ମଧ୍ୟ ଯନ୍ତ୍ରିକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକର ବିଡ଼ିଓଙ୍କ ସହ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ କୋକସରା ଥାନାରେ ସନ୍ତୋଷ ନାଏକ ଓ ୪ ସହଯୋଗୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
assistant-engineer-fatally-attacked-in-the-quarters | Argus News