Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାକିରି ଦେବା ନାଁରେ ଚଳାଇଥିଲେ ବେପାର, ଶିକ୍ଷକଙ୍କ ସହ ୩ ଗିରଫ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚାକିରି ଦେବା ନାଁରେ ଚଳାଇଥିଲେ ବେପାର, ଶିକ୍ଷକଙ୍କ ସହ ୩ ଗିରଫ

ଉଦଳା: ପେସାରେ ଶିକ୍ଷକ । କର୍ତ୍ତବ୍ୟ- ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇ ଉଚିତ୍ ରାସ୍ତାରେ ଆଗକୁ ଯିବା ଲାଗି ବାଟ କଢ଼େଇ ନେବା । ପିଲାଙ୍କୁ ଭଲ ଉପଦେଶ ଦେବା ସହ ଭଲ ମଣିଷ କରାଇବାର ଦାୟିତ୍ଵ ସାର୍‌ଙ୍କ କାନ୍ଧରେ । କିନ୍ତୁ ଟଙ୍କାର ଲାଳସାରେ ସାର୍ ନିଜେ ବାଟ ଭୁଲି ଯାଇଛନ୍ତି । ଶେଷରେ ଶିକ୍ଷକଙ୍କ ହାତରେ ପୋଲିସ ହାତକଡ଼ି ପକାଇଛି । ସ୍ତ୍ରୀର ଚାକିରି କରାଇବା ପାଇଁ ଖୋଦ୍ ଏବିଇଓ ଶିକ୍ଷକଙ୍କୁ ଟଙ୍କା ଦେଇଥିଲେ । ଶିକ୍ଷାର ମନ୍ଦିରରେ ଦେବତା ଭାବେ ପୂଜା ପାଉଥିବା ଶିକ୍ଷକଙ୍କୁ ପୋଲିସ ଗିରଫ କରିବା ପରେ ମୟୂରଭଞ୍ଜ ଜିଲ୍ଲା ସାରା ଚର୍ଚ୍ଚା ।


ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ସାରଙ୍କ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଶିକ୍ଷକ ଜଣଙ୍କ ହେଉଛନ୍ତି ଉଦଳା ଥାନା ବୈରାଟପୁର ସ୍କୁଲ୍‌ର ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟ । ଆଉ ଏହି ସାର୍ ହେଉଛନ୍ତି, ଠକେଇର ମାଷ୍ଟର ମାଣ୍ଡ । ଚାକିରି କରାଇ ଦେବା ନାଁରେ ମନୋଜ ଖୁଣ୍ଟା ବ୍ଲକର ଏବିଇଓଙ୍କୁ ଠକିବା ପରେ କାରନାମା ଧରି ପଡ଼ିଛି । ଏବିଇଓଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।


ଟଙ୍କା ନେଇ ସାର୍ ଆଉ ଧରାଛୁଆଁ ଦେଇ ନ ଥିଲେ । ଚାକିରି ନ ହେବାରୁ ସାରଙ୍କୁ ଟଙ୍କା ମାଗିଥିଲେ ବିଇଓ । କିନ୍ତୁ ସାର ଟଙ୍କା ଫେରାଇ ନଥିଲେ । ଫଳରେ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ଏବିଇଓ । ପୋଲିସ ଠକେଇର ତଦନ୍ତ କରି ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସହ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲୀପ ଜେନା ଏବଂ ବାରିପଦା କାଳିକାପୁର ଗାଁର ଲୋହିତଶ ଜେନାଙ୍କୁ ଗିରଫ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସରକାରୀ ଚାକିରି କରାଇ ଦେବା ନାଁରେ ଉଦଳା, ଖୁଣ୍ଟା, ବାରିପଦା ଓ ଝାରପୋଖରିଆ ଥାନା ଅଞ୍ଚଳର ପ୍ରାୟ ୧୫ରୁ ଅଧିକ ଯୁବକଙ୍କୁ ଠକିଥିବା ଜଣାପଡ଼ିଛି । ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନାଁ ନେଇ ଶିକ୍ଷକ ମନୋଜ ଆଚାର୍ଯ୍ୟ ଏହି ଠକାମୀ କରୁଥିଲେ ।


ଏଭଳି ଭାବେ ୨୦ ଲକ୍ଷରୁ ଅଧିକ ଟଙ୍କା ୩ ଜଣ ମିଶି ଠକିଥିବା ପୋଲିସ ଜାଣିବାକୁ ପାଇଛି । ରେଲୱେ, ଜିଆରଏସ, ପୋଲିସ ସହିତ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଟଙ୍କା ନେଉଥିଲେ । ତେବେ ଏହି ଗ୍ୟାଙ୍ଗରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଛାନଭିନ୍ କରୁଛି ।

Sponsored
Assistant Teacher Arrested With Three Others In Job For Money Scam | Argus News