Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିର ରାଶିଫଳ, ଏହି ରାଶିଙ୍କ ପାଇଁ ଭଲ ଖବର

Banajyotshna Ray
Browse all articles by Banajyotshna Ray
·1 year ago·4 min read
ଆଜିର ରାଶିଫଳ, ଏହି ରାଶିଙ୍କ ପାଇଁ ଭଲ ଖବର

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।

ମେଷ-
ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।  ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ । ପରିବାରରେ ଅନୁକୂଳ ପରିସ୍ଥିତି ବଜାୟ ରହିବ । ଶତୃ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମହାଦେବଙ୍କ ପୂଜା କରନ୍ତୁ
ବୃଷ-
ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ। ଯାନବାହନ, ଜମିଜମା, ଗୃହସୀମା ସମସ୍ୟା ଲାଗି ରହିବ। ନିଜର ଦକ୍ଷତା ହେତୁ ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେକରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 
ମିଥୁନ-
ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । କଚେରି ମାମଲା କାରଣରୁ ଉଦ୍ବେଗ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ଦୁର୍ଘଟଣା ଗସ୍ତ ହୋଇପାରନ୍ତି । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।  ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।        
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳନ୍ତୁ
ସିଂହ-
କର୍ମକ୍ଷେତ୍ରରେ ଯେଉଁ କାର‌୍ୟ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ସରକାରି ସହୟତା ପାଇବେ  ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।  ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା-
ପରିବାରରେ କେତେକ ପୁରୁଣା ସମସ୍ୟା ବିଷୟରେ ଆଲୋଚନା କରିବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଲେ ମଧ୍ୟ ସହଜରେ ସମାଧାନ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ସ୍ଥିତି, ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରାଜନିତିରେ  ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମୁଶାଇବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ବିଛା-
ପାରିବାରିକ କ୍ଷେତ୍ରରେ କେତେକ ଅସଂଗତିକୁ ନେଇ ଦୁର୍ଭାବନା ବଢ଼ିଚାଲିବ। କାର‌୍ୟ୍ୟହାନି ଜନିତ ନିଜ ଲୋକମାନଙ୍କ ଉପରୁ ଆସ୍ଥା ହରାଇପାରନ୍ତି। ସାମାନ୍ୟ ସ୍ବାସ୍ଥ୍ୟହାନି ଜନିତ ସମସ୍ୟା ଲାଗି ରହିବାରୁ ମନସ୍ତାପ କରିବେ। ନିଜର ଇଚ୍ଛା ଅନୁଯାୟୀ ସ୍ବାଧୀନ ଭାବରେ କାର‌୍ୟ୍ୟ କରିବାରେ ସୁଯୋଗ ପାଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।  ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।  ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ
ମକର-
ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ ଜୀବନରେ ବୁଝାମଣା ଠିକ୍ ରହିବ ନାହିଁ। ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଜମିଜମା, କଳକାରଖାନା, ହୋଟେଲ ଶିଳ୍ପ ପ୍ରଭୃତିରେ ସଫଳତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କାର‌୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ । ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିୟୋଜିତ କରିପାରନ୍ତି । ରାଜନିତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ବିଦ୍ୟାର୍ଥୀ ମାନେ ପଢାରେ ସାହାର‌୍ୟ୍ୟ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ
ମୀନ-    
ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଘଟିବା ହେତୁ ଖୁସି ରହିବେ। କଥା ମାନୁ ନ ଥିବା କିମ୍ବା ଶୁଣୁ ନ ଥିବା ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାର‌୍ୟ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Astrological prediction for November 30, 2024 | Argus News