Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିର ରାଶିଫଳ: ସତର୍କ ରୁହ ଏହି ରାଶି...

Banajyotshna Ray
Browse all articles by Banajyotshna Ray
·1 year ago·4 min read
ଆଜିର ରାଶିଫଳ: ସତର୍କ ରୁହ ଏହି ରାଶି...

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣିବାକୁ ଚାହୁଁଛନ୍ତି କି ? ଜାଣିରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।

ମେଷ-
ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।ର ଯାତ୍ରା ପାଇଁ ପୂର୍ବପ୍ରସ୍ତୁତି କିମ୍ବା ମନୋରଞ୍ଜନ କାର‌୍ୟ୍ୟକ୍ରମ ସକାଶେ ବ୍ୟସ୍ତ ରହିପାରନ୍ତି। ସୁନ୍ଦର ସ୍ବାସ୍ଥ୍ୟ, ଆଦର୍ଶ ପାରିବାରିକ ଜୀବନକୁ ଅଙ୍ଗେ ନିଭାଇ ଖୁସି ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ। ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି। ନିଜ ପରିସରରେ ଏକ ଛୋଟ ଘଟଣା ଧୀରେ ଧୀରେ ଭିନ୍ନ ଆକାର ଧାରଣ କରିବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ 
ମିଥୁନ-
ଆଜି ଆର୍ଥତ୍କ ଅଭିବୃଦ୍ଧି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। କାର‌୍ୟ୍ୟସିଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ଘର ଲୋକଙ୍କୁ କୈଫିୟତ ଦେବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କର୍କଟ-
ପାରିବାରିକ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଯୋଜନା ମୁତାବକ ଆବଶ୍ୟକ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର‌୍ୟ୍ୟ କରନ୍ତୁ
ସିଂହ-
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମାପନ ହୋଇପାରିବା ସହ ଅର୍ଥ ଓ ସମ୍ମାନ ପାଇବେ। ପରିବହନ କ୍ଷେତ୍ରରେ, କ୍ରୀଡା ଓ ଚଳଚ୍ଚିତ୍ରରେ, ନିର୍ମାଣ କ୍ଷେତ୍ରରେ, ସଭାସମିତିରେ ସଫଳତା ହାସଲ କରିପାରିବେ। ପରିବାରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପାଇଁ ଟେନ୍ସନ ଦୂରୀଭୂତ ହେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 
କନ୍ୟା-
ପାରିପାଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖିବା ପରେ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ । ଆର୍ଥିକ ସ୍ଥିତି ପୂର୍ବପାରି ରହିବ ଓ ବିଭିନ୍ନ ଯୋଜନାରେ ସଫଳ ହେବେ । ଈର୍ଷାପରାୟଣ  ଶତ୍ରୁ ମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିବ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ 
ତୁଳା-
ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଅଟକି ରହୁଥିବାରୁ ଚିନ୍ତା କ୍ରମଶଃ ବୃଦ୍ଧି ପାଇବ। ଆଜି ଆପଣଙ୍କର ଘର କାମ ସାଙ୍ଗକୁ ଅଫିସ୍ କାମ ବଳିଯିବ। ପ୍ରବାସୀ ବ୍ୟକ୍ତିମାନଙ୍କର ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରନ୍ତୁ । କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ବ୍ୟବସାୟରେ ବାକି ରହିଥିବା ଅର୍ଥ କୌଶଳର ସହ ଆଦାୟରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। ଅଫିସ୍ କାମରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ସ୍ବାସ୍ଥ୍ୟ ସମସ୍ୟା, ଅସଜଡ଼ା ପାରିବାରିକ ପରିସ୍ଥିତିକୁ ନେଇ ଅଶାନ୍ତି ଲାଗିରହିପାରେ। ବ୍ୟବସାୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିବେ। ସାଧାରଣ କଥାକୁ ଗୁରୁତର ସହ ବିଚାର କରି କାମ କରିବା ଭଲ ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷାପରାୟଣ ହୋଇ ସମସ୍ୟା ସୃଷ୍ଟି କରିପାରନ୍ତି।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ପରିବାରର ଆବଶ୍ୟକ ଅର୍ଥ ସକାଶେ କରଜ କରି କାମ ତୁଲାଇ ନେବେ। ନିକଟତମ ବନ୍ଧୁଙ୍କୁ କିଛି ସାହାଯ୍ୟ ମାଗିବେ ଏହି ଭାବନାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। କଚେରି ମାମଲା ଅମିମାଂସିତ ରହିବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବା ଆଶଙ୍କା ରହିଛି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ମୀନ-
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି।
ପ୍ରଶାସନିକ, ପରିବହନ,ନିର୍ମାଣ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବାଦବିବାଦ କ୍ରମେ ଜଟିଳ ହୋଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Astrological prediction for October 16, 2024 | Argus News