Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ `ଆବାସ ଦିବସ'

Smruti Parija
Browse all articles by Smruti Parija
·10 months ago·1 min read
ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ `ଆବାସ ଦିବସ'

Key Points

ରାଜ୍ୟରେ ପାଳନ ହେବ `ଆବାସ ଦିବସ'

ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ `ଆବାସ ଦିବସ'

ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ନଗର ଉନ୍ନୟନ ବିଭାଗର ସଚିବ

ରାଜ୍ୟରେ ପାଳନ ହେବ ଆବାସ ଦିବସ । ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା । ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 2.0 ଅଙ୍ଗିକାର-2025 ଆୟୋଜନ ପାଇଁ ଚିଠିରେ ଉଲ୍ଳେଖ ରହିଛି ।


ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ଆରମ୍ଭ ହୋଇ ୨ଟି ପର୍ଯାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ୧୭ ସେପ୍ଟେମ୍ବରରୁ ୧୬ ଅକ୍ଟୋବର ମଧ୍ୟରେ ପ୍ରତ୍ୟେକ ULBରେ ଏକାଧିକ ୱାର୍ଡ ସ୍ତରୀୟ ଶିବିର ଆୟୋଜନ ହେବ । 16 ଅକ୍ଟୋବରରୁ ୩୧ ଅକ୍ଟୋବର ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ହେବ ପିଏମ୍‌ ଆବାସ ମେଳା । ଅଙ୍ଗିକାର ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲା ସ୍ତରରେ ଗଠନ ହେବ ସମନ୍ୱୟ କମିଟି । ଜିଲ୍ଲା ସ୍ତରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ 50 ହଜାର ଟଙ୍କା ବ୍ୟୟବରାଦ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aswas-divas-to-be-celebrated-in-the-state-argus-news | Argus News