|
logo
Live

Argus News - ଶୀତଳ ଭଣ୍ଡାରକୁ ଜନ ଆନ୍ଦୋଳନ କରିବାକୁ ଅର୍ଥ ଅଜାଡି ଦେବେ ସରକାର

Odisha

ଶୀତଳ ଭଣ୍ଡାରକୁ ଜନ ଆନ୍ଦୋଳନ କରିବାକୁ ଅର୍ଥ ଅଜାଡି ଦେବେ ସରକାର

Smruti Parija
Browse all articles by Smruti Parija
·1 year ago·2 min read
ଶୀତଳ ଭଣ୍ଡାରକୁ ଜନ ଆନ୍ଦୋଳନ କରିବାକୁ ଅର୍ଥ ଅଜାଡି ଦେବେ ସରକାର

Key Points

ଶୀତଳ ଭଣ୍ଡାରକୁ ଜନ ଆନ୍ଦୋଳନ କରିବାକୁ ଅର୍ଥ ଅଜାଡି ଦେବେ ସରକାର
ରାଜ୍ୟର ୫୮ଟି ଉପଖଣ୍ଡରେ ସର୍ବନିମ୍ନ ଗୋଟିଏ ଲେଖାଏଁ ଖୋଲିବ ଶୀତଳଭଣ୍ଡାର
ନିର୍ମାଣ ପାଇଁ ସରକାର ସବସିଡି ଭାବେ ଦେବେ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର ୬୦ ପ୍ରତିଶତ
ରାଜ୍ୟ କ୍ୟାବିନେଟର ନିଷ୍ପତି ପରେ ସରା ଓଡ଼ିଶାର ଚାଷୀ ମହଲ କଲେ ସ୍ବାଗତ
ଓଡ଼ିଶା ଚାଷୀଙ୍କ କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରିପାରିବ ଶୀତଳ ଭଣ୍ଡାର
୨୪ ବର୍ଷରେ ଶୀତଳ ଭଣ୍ଡାର ଆନ୍ଦୋଳନକୁ ପଙ୍ଗୁ କରିଥିଲେ ବିଜେଡି ସରକାର

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶୀତଳ ଭଣ୍ଡାର ନିର୍ମାଣକୁ ପ୍ରୋତ୍ସାହନ କରିବା ପାଇଁ ଆର୍ଥିକ ସହାୟତ ଅଜାଡି ନେବେ ରାଜ୍ୟ ସରକାର। ଏନେଇ ବୁଧବାର ରାଜ୍ୟ କ୍ୟାବିନେଟର ମିଳିଛି ମଂଜୁରୀ। ରାଜ୍ୟରେ ୫୮ଟି ଯାକ ଉପଖଣ୍ଡରେ ଅତି କମରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ଖୋଲିବା ଲାଗି ନିଆଯାଇଛି ନିଷ୍ପତ୍ତି। ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର ୬୦ ପ୍ରତିଶତ କିମ୍ବା ସର୍ବାଧିକ ସାଢେ ୬ କୋଟି ଟଙ୍କାର ଦିଆଯିବ ସବସିଡି। ସେହିପରି ୬ ପ୍ରତିଶତ ଯାଏ ଋଣର ସୁଧରେ ରିହାତି ଦିଆଯିବ। ଏହାଛଡ଼ା ୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଉପରେ ୫୦ ପ୍ରତିଶତ ସବସିଡି ଯୋଗାଇଦେବେ ରାଜ୍ୟ ସରକାର। ଅଚଳ ଶୀତଳଭଣ୍ଡାରକୁ ପୂନଃ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଦେଢ କୋଟି ଟଙ୍କା ଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ କ୍ୟାବନେଟର ଏହି ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ରାଷୀକୂଳ କରିଛନ୍ତି ସ୍ବାଗତ। ନିଜ ଅଞ୍ଚଳରେ ଶୀତଳଭଣ୍ଡାର ଖୋଲିଲେ ପନି ପରିବା ଓ ଅନ୍ୟ ଫସଲକୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ବ ନାହିଁ ସେମାନଙ୍କୁ ଉଚିତ ମୂଲ୍ୟ ମିଳିବ ବୋଲି ଚାଷୀଙ୍କ ମଧ୍ୟରେ ଜାଗିଛି ଆଶା।

କୃଷିରେ ଲୁଚିଛି ଗରିବ ଓଡ଼ିଆଙ୍କ ବିକାଶର ଚାବିକାଠି। ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର ଖୋଲିଲେ ଚାଷୀଙ୍କ ଉତ୍ପାଦ ହୋଇପାରିବ ମୂଲ୍ୟଯୁକ୍ତ। ଆଉ ମୂଲ୍ୟ ଯୁକ୍ତ ଉତ୍ପାଦ ଓଡ଼ିଶା ଅର୍ଥନୀତିକୁ କରିବ ବଡ଼। ତେଣୁ ରାଜ୍ୟ ଶୀତଳ ଭଣ୍ଡାର ସଂଘ ଏବଂ କୃଷି ବିଶେଷଜ୍ଞ ମଧ୍ୟ ଏହି ନିଷ୍ପତିକୁ କରିଛନ୍ତି ସ୍ବାଗତ । କିନ୍ତୁ ୨୪ ବର୍ଷର ବିଜେଡି ଶାସନରେ ଶୀତଳ ଭଣ୍ଡାର ଆନ୍ଦୋଳନ ସଂପୂର୍ଣ୍ଣ ବିଫଳ ହୋଇଥିଲା । ରାଜ୍ୟରେ କାର୍ଯ୍ୟକ୍ଷମ ଥିବା 133 ଶୀତଳ ଭଣ୍ଡାରରୁ 97 ଅଚଳ ହୋଇପଡ଼ିଥିଲା ନବୀନ ପାଟ୍ଟନାୟକଙ୍କ ଶାସନକାଳରେ । ଯାହାର ସିଧା ପ୍ରଭାବ ପଡ଼ିଥିଲା ଚାଷୀଙ୍କ ଆର୍ଥୀକ ଅବସ୍ଥା ଉପରେ । ଚାଷୀଙ୍କୁ ପଙ୍ଗୁ କରିବାକୁ ତାହା ବିଜେଡି ସରକାରର ଷଡ଼ଯନ୍ତ୍ର ଥିଲା ନା ଇଚ୍ଛା ଶକ୍ତିର ଅଭାବ ତାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟ କ୍ୟାବିନେଟର ଏହି ବଡ଼ ନିଷ୍ପତ୍ତି ପରେ ଶୀତଳ ଭଣ୍ଡାର ଆନ୍ଦୋଳନ ଜୋର ଧରିବା ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶୀତଳ ଭଣ୍ଡାରକୁ ଜନ ଆନ୍ଦୋଳନ କରିବାକୁ ଅର୍ଥ ଅଜାଡି ଦେବେ ସରକାର | Argus News