କଟକରେ ଭୁଶୁଡ଼ିଲା ବ୍ରିଜ, ମୃତକଙ୍କ ପରିବାର ପିଛା ୫ ଲକ୍ଷର ଅନୁକମ୍ପା ରାଶି

ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର। ଦୁଃଖପ୍ରକାଶ ସହ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । କଟକ ଖାନନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ । ନିର୍ମାଣଧୀନ ବ୍ରିଜ ଉପରେ କ୍ରେନ ମାଧ୍ୟମରେ ପିଲର ଉଠାଉଥିବାବେଳେ ଖସିପଡିଲା ପିଲାର୍ । ପିଲର ତଳେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତରଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖାନନଗରେ ନିର୍ମାଣଧୀନ ବ୍ରିଜ ଉପରେ କ୍ରେନ ମାଧ୍ୟମରେ ପିଲର ଉଠାଉଥିବା ବେଳେ ପିଲାର ଖସିପଡିଥିଲା । ପିଲର ତଳେ ଚାପି ହୋଇ ୪ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ୩ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସମସ୍ତଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖବରପାଇ ଖାନ୍ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ହେଲେ କେଉଁ ପରିସ୍ଥିତିର ନିର୍ମାଣଧୀନ ବ୍ରିଜ ଭୁଶୁଡ଼ିଲା ସ୍ଥାନୀୟ ଲୋକେ ଏହାର ତଦନ୍ତ ଦାବି କରିଛନ୍ତି।