Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୩ ବର୍ଷ ବୟସରୁ ବାବା ଜିଭ କାଟି ଆରମ୍ଭ କରିଛନ୍ତି ତପସ୍ୟା

Odisha

୧୩ ବର୍ଷ ବୟସରୁ ବାବା ଜିଭ କାଟି ଆରମ୍ଭ କରିଛନ୍ତି ତପସ୍ୟା

Manini Pattanayak
Browse all articles by Manini Pattanayak
·2 years ago·2 min read
୧୩ ବର୍ଷ ବୟସରୁ ବାବା ଜିଭ କାଟି ଆରମ୍ଭ କରିଛନ୍ତି ତପସ୍ୟା

ଝାରସୁଗୁଡା:  ଭକ୍ତି, ଶ୍ରଦ୍ଧା ଆଉ ମହାଦେବଙ୍କ ପ୍ରତି ସମର୍ପଣ। ସେହି ସମର୍ପଣ ସ୍ୱରୂପ ୧୩ ବର୍ଷ ବୟସରେ ବାବା ଜିଭ କାଟି ଶିବ ଲିଙ୍ଗ ଉପରେ ରଖି ଆରମ୍ଭ କରିଛନ୍ତି ତପସ୍ୟା। ଆସ୍ଥାନ ଉପରେ  ନିଶ୍ଚଳ ହୋଇ ବସିଥିବା ତପସ୍ୱି ଜଣଙ୍କ ସେହି ଗୋଟିଏ ସ୍ଥାନରେ ୨୫ ବର୍ଷ ଧରି ସେମିତି ବସିରହିଛନ୍ତି। ତପସ୍ୟାରେ ନିମଗ୍ନ ବାବା ସତ୍ୟନାରାୟଣ। ବାବାଙ୍କୁ ଦେଖିଲେ ଆପଣଙ୍କ ଲୋମଟାଙ୍କୁରୀ ଯାଉଥିବା ଯେ ସେ ସୀତ, ବର୍ଷା, ଖରାରେ  ଏପରି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ବସିଛନ୍ତି କିପରି । କେବଳ ପରମେଶ୍ୱରଙ୍କୁ ଧ୍ୟାନ, ଆଉ ପ୍ରେମ ତାଙ୍କୁ ସବୁ ମୋହ ମାହାୟରୁ ମୁକ୍ତି ଦେଇ ଏକ ଅଲୋକିକ ଶକ୍ତର ଅଧିକାରୀ ହୋଇଛନ୍ତି ବାବାସତ୍ୟନାରାୟଣ ।  ଏଠାରେ ପହଞ୍ଚୁଥିବା ଭକ୍ତମାନେ ତାଙ୍କୁ ଭଗବାନ ବୋଲି ଭାବିଥାନ୍ତି । ଛତିଶଗଡର ରାୟଗଡ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା କୋସମନାରା ଗାଁର ବାବାଙ୍କ ଧାମ ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ର  ପାଲଟିଛି ।  ବର୍ତ୍ତମାନ ତାଙ୍କର ଖ୍ୟାତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ବାବା କାହା ସହିତ କିଛି କଥା ହୁଅନ୍ତି ନାହିଁ କିମ୍ବା ସେ ନିଜ ସ୍ଥାନରୁ ଉଠନ୍ତି ନାହିଁ ।

  ଏହା ଏକ ଚମତ୍କାର ଯେ ଦୂର ଦୂରାନ୍ତରୁ ଲୋକମାନେ ବାବାଙ୍କୁ ଦେଖିବା ପାଇଁ ଆସନ୍ତି ।  ବାବା  ଛୋଟ ବେଳୁ ଶିବ ଭକ୍ତରେ ଥିଲେ ଲୀନ। ସତ୍ୟନାରାୟଣ ବାବା ଦେଓରି ଦୁମରପାଲି  ଗାଁର ମୂଳ ବାସିନ୍ଦା। 12 ଜୁଲାଇ 1984 ରେ ଜନ୍ମଗ୍ରହଣ କରିଥିଲେ ବାବା ।  ତାଙ୍କ ପିତାଙ୍କ ନାମ ଦିୟାନିଧି ଏବଂ ମାତାଙ୍କ ନାମ ହନ୍ସମତି।  ପିତାମାତା ଏହି ଶିଶୁର ନାମ ହଳଧର ରଖିଥିଲେ। ତାଙ୍କ ମା କହୁନ୍ତି ସତ୍ୟନାରାୟଣ ପିଲାଦିନରୁ ଭଗବାନ ଶିବଙ୍କର ଜଣେ ପ୍ରକୃତ ଭକ୍ତ।  ପିଲା ଥିଲାବେଳେ  ଗାଁରେ ଥିବା ଶିବ ମନ୍ଦିରରେ 7 ଦିନ ପର୍ଯ୍ୟନ୍ତ ତପସ୍ୟା ବସିରହିଥିଲେ।  16 ଫେବୃଆରୀ 1998 ରେ, ହଳଧର ସ୍କୁଲ ଛାଡି ପ୍ରାୟ 18 କିଲୋମିଟର ଦୂରରେ ଥିବା କୋସମନାରା ଗାଁରେ ଧ୍ୟାନ ମୁଦ୍ରାରେ   ବସିଥିଲେ।  ସେହିଦିନଠୁ  ବାବା ଏକ ପଥରକୁ ଶିବଲିଙ୍ଗ ଭାବରେ ପୂଜା କରି  ଜିଭ କାଟି ଶିବଙ୍କୁ ସମର୍ପଣ କରିଥିଲେ। 

ପୁଅର ଭଗବାନଙ୍କ ପ୍ରତି ଭକ୍ତି ଦେଖି ତାଙ୍କ ମା ଏଠାକୁ ଆସି ତାଙ୍କୁ ପୂଜା କରନ୍ତି ଏବଂ ଶୀଘ୍ର ତପସ୍ୟା ସମାପ୍ତ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ।  ତାଙ୍କ ମା ପୁଅର ଅନୁମତିରେ ଜାଳିଥିବା ଧ୍ୱନି ସେହି ଦିନଠାରେ ଧ୍ୱନି ଆଜି ପର୍ଯ୍ୟନ୍ତ ଅଖଣ୍ଡ ଧ୍ୱନି ଭାବେ ଜଳିଚାଲିଛି।  ଏହିଠାରୁ ତାଙ୍କର ବାବା ସତ୍ୟନାରାୟଣ ହେବାର କାହାଣୀ ଆରମ୍ଭ ହେଲା ।  ପୂର୍ବରୁ ବାବା ଭୂମିରେ ବସି ଧ୍ୟାନ କରୁଥିଲେ, କିନ୍ତୁ ଭକ୍ତଙ୍କ ଦ୍ୱାରା ଏକ ପିଣ୍ଡା ତିଆରି କରାଯାଇଥିଲା ଏବଂ ଭକ୍ତଙ୍କ ଅନୁରୋଧ କ୍ରମେ ବାବା ବର୍ତ୍ତମାନ ସେହି ପିଣ୍ଡ।ରେ ବସିଥିବା ଦେଖିବାକୁ ମିଳେ ।   ବର୍ତ୍ତମାନ ବାବାଙ୍କ ଖ୍ୟାତି ସବୁଆଡେ ବ୍ୟାପିଛି  । କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ  କିନ୍ତୁ  ଆବଶ୍ୟକତା ଅନୁଯାୟୀ, ସେ କେବଳ ଅଙ୍ଗଭଙ୍ଗୀ ମାଧ୍ୟମରେ  ବ୍ୟାଖ୍ୟା କରନ୍ତି  । ସବୁ ମାଙ୍କ ପରି ସତ୍ୟନାରାୟଣଙ୍କ ମା ମଧ୍ୟ ଚାହୁଁଥିଲେ ଯେ ତାଙ୍କ ପୁଅ ସଂସାର କରି ପରିବାର ବୋଝ ଉଠାନ୍ତୁ। କିନ୍ତୁ  ପୁଅ ଯେ  ତପସ୍ୟାକୁ ଜୀବନର ଆଧାରଭାବି ନେଲେ।  ଆଉ ସମର୍ପିତ ହୋଇଗଲେ ଶିବଙ୍କ ନିକଟରେ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ:

Sponsored
At the age of 13, Baba cut his tongue and started meditation | Argus News