Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 8 ବର୍ଷ ବୟସରେ ୮ଜଣଙ୍କୁ  ଅଙ୍ଗଦାନ କରି ଅମର ହେଲେ ଶୁଭୋଜିତ 

Manini Pattanayak
Browse all articles by Manini Pattanayak
·2 years ago·1 min read
 8 ବର୍ଷ ବୟସରେ ୮ଜଣଙ୍କୁ  ଅଙ୍ଗଦାନ କରି ଅମର ହେଲେ ଶୁଭୋଜିତ 

ଭୁବନେଶ୍ୱର:   8 ବର୍ଷ ବୟସରେ ୮ଜଣଙ୍କୁ  ଅଙ୍ଗଦାନ କରି ଅମର ହୋଇଗଲେ ଶୁଭୋଜିତ।  ବୟସ ସିନା ସାନ କିନ୍ତୁ ଦାନ ଏମିତି କରିଗଲେ ସାରା ରାଜ୍ୟରେ ଜୟ ଜୟକାର ହେଉଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ ଅନର ।  ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି । 

କାନ୍ଦି କାନ୍ଦି ପରିବାର ଓ ପ୍ରିୟଜନ ସୁବୋଜିତଙ୍କୁ ଦେଲେ ଶେଷ ବିଦାୟ । ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭୋଜିତ ଦ୍ଵିତୀୟ ଶ୍ରେଣୀର ଛାତ୍ର ଥିଲେ  ।  ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବା ହଠାତ୍‌ ଚେତା ହରାଇ ତଳେ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ମାତ୍ର ଗତ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ ଶରୀରରେ ପୁଅ ବଞ୍ଚୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।  ଏହାପରେ ଶୁଭୋଜିତ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା ।

ପରେ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇ ଅନ୍ୟ ରାଜ୍ୟକୁ ପଠାଯାଇଛି। ପୁଅ ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ।  କିନ୍ତୁ ପୁଅ ଯେ ଦୁନିଆକୁ ଚିହ୍ନିବା ପୂର୍ବରୁ ଏ ଦୁନିଆକୁ  ଅଲବିଦା କହିଦେବ  ସେ କଥା ସ୍ୱପ୍ନରେ କେବେ ଭାବି ନଥଲେ ପରିବାର।  8 ବର୍ଷର ସୁବୋଜିତ ସିନା ଚାଲିଗଲା, ହେଲେ ଅଙ୍ଗଦାନ କରି ଅନ୍ୟମାନଙ୍କୁ ଜୀବନ ଉପହାର ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଗଲା । ଅଙ୍ଗଦାନ କରି ଅମର ହୋଇଗଲା ଆଠ ବର୍ଷର ସୁବୋଜିତ  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At the age of 8, Shubhojit became immortal by donating organs to 8 people. | Argus News