ମୋବାଇଲ୍ ଫୋନ୍ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଭାରତ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଭାବରେ ଛିଡା ହୋଇଛି ଭାରତ। 2014 ରୁ 2024 ମଧ୍ୟରେ ମୋବାଇଲ୍ ଫୋନ୍ ଉତ୍ପାଦନର ଅଭିବୃଦ୍ଧିକୁ ଭାରତର ଉତ୍ପାଦନ କ୍ଷେତ୍ରରେ ଏକ ଅପୂର୍ବ ସଫଳତା ମିଳିଛି। ICEA ମୁତାବକ 2014 ମସିହାରେ ବାହାର ଦେଶରୁ 78 ପ୍ରତିଶତ ମୋବାଇଲ ଆମଦାନୀ କରାଯାଉଥିବା ବେଳେ ଏବେ 97 ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳ ମାଧ୍ୟମରେ ଭାରତରେ ନିର୍ମିତ ହେଉଛି ।
ମାତ୍ର 3 ପ୍ରତିଶତ ଭାରତ ବାହାରୁ ଆମଦାନୀ ହେଉଛି। ବିଗତ 10 ବର୍ଷ ମଧ୍ୟରେ ଭାରତ 2.45 ବିଲିୟନ ୟୁନିଟ୍ ମୋବାଇଲ୍ ଫୋନ୍ ଉତ୍ପାଦନ କରିଛି। 2014-15 ରେ ଉତ୍ପାଦନ 18,900 କୋଟିରୁ 2024 ରେ ଆନୁମାନିକ 4,10,000 କୋଟିରେ ବୃଦ୍ଧି ପାଇ 2000 ପ୍ରତିଶତର ବୃଦ୍ଧି ପଞ୍ଜିକରଣ କରିଛି । ସେହିପରି 2014-15 ରେ, ଭାରତରୁ ମୋବାଇଲ୍ ଫୋନ୍ ରପ୍ତାନି ମାତ୍ର ୧, 556 କୋଟିରେ ସୀମିତ ଥିଲା। ବର୍ତ୍ତମାନ ଆନୁମାନିକ ରପ୍ତାନି 1,20,000 କୋଟି ସହିତ ଚଳିତ ବର୍ଷ ଶେଷ ହେବ ବୋଲି ଶିଳ୍ପ ଆଶା କରୁଛି ।
ଏହାର ଅର୍ଥ ଏକ ଦଶନ୍ଧି ମଧ୍ୟରେ ରପ୍ତାନିରେ 7500 ପ୍ରତିଶତ ବୃଦ୍ଧି ହେବ | 2014-24 ଅବଧି ମଧ୍ୟରେ ମୋବାଇଲ୍ ଫୋନର ସମୁଦାୟ ରପ୍ତାନି 3,22,048 କୋଟିରେ ପହଞ୍ଚିଛି। ଯାହାକି ରପ୍ତାନି କ୍ଷେତ୍ରରେ ଭାରତର ଏହା ଏକ ନୂତନ ଯୁଗ ।
ଅଧିକ ପଢନ୍ତୁ ଭାରତ ଖବର