Videos
|
Odisha

ଆଠଗଡ଼ ଗୋହତ୍ୟା ମାମଲା : ବିଧାୟକ ରାଜା ସ୍ବାଇଁଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା

Ritu Das
Browse all articles by Ritu Das
·1 year ago·1 min read
ଆଠଗଡ଼ ଗୋହତ୍ୟା ମାମଲା : ବିଧାୟକ ରାଜା ସ୍ବାଇଁଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା

ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ସାମୁହିକ ଗୋହତ୍ୟା ଓ ଗୋ ମାଂସ ତସ୍କରୀ ଘଟଣା ନେଇଛି ରାଜନୈତିକ ଜନ ଆନ୍ଦୋଳନର ରୂପ। ବିଜେପି ପକ୍ଷରୁ ଆଗଠଡ଼ରେ କରାଯାଇଛି ହଲ୍ଲାବୋଲ। ସ୍ଥାନୀୟ ପୋଲିସ, ପ୍ରଶାସନ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋ ତସ୍କରୀ ଚାଲୁଥିବା ଅଭିଯୋଗ କରିବା ସହ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି ବିଜେପି। ବିଜେପି ନେତା କହିଛନ୍ତି ରାଜା ସ୍ବାଇଁ ହିଁ ହେଉଛନ୍ତି ଗୋ ତସ୍କରୀର ମାଷ୍ଟରମାଇଣ୍ଡ। ତେଣୁ ତାଙ୍କୁ ଗିରଫ କରିବାକୁ ଦଳ କରିଛି ଦାବି। ଦୀର୍ଘ ବର୍ଷ ଧରି ବାରମାଣ ଜଙ୍ଗଲରେ ଗୋମାତାଙ୍କୁ ବିଭିତ୍ସ ଭାବେ ହତ୍ୟା କରି ଗୋମାଂସ ବିଦେଶକୁ ଚୋରାଚାଲାଣ ହେଉଥିଲା।


ତେଣୁ ଗତ ୧୫ ବର୍ଷ ମଧ୍ୟରେ ତିଗିରିଆ ଅଞ୍ଚଳରେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି। ସିବିଆଇ ତଦନ୍ତ କରାଗଲେ ଗୋ ତସ୍କରିର ପର୍ଦ୍ଦାଫାଶ ହେବ ବୋଲି ଦଳ ଦାବି କରିଛି। ଏଥିସହ ଗୋ ହତ୍ୟା ରୋକିବା ଲାଗି ନୂଆ ଆଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ନିଦେବନ କରିଛି ବିଜେପି। ଆଠଗଡ଼ ଗୋ ତସ୍କରୀ ଘଟଣାକୁ ନେଇ ରାଜଧାନୀରେ ପ୍ରତିବାଦର ସ୍ବର। ବାରମାଣ ଜଙ୍ଗଲରେ ସମୁହିକ ଗୋ ହତ୍ୟା ବିରୋଧରେ ଲିଙ୍ଗରାଜ ମନ୍ଦିର ଆଗରେ ଧାରଣା ଦେଇଛି ସେବା ପ୍ରତିନିଧି ଦଳ। ଅଭିଯୋଗ କରିଛନ୍ତି ରାଜ୍ୟରେ ଗୋହତ୍ୟାର ଉପତ୍ୟକା ପାଲଟିଛି ଆଠଗଡ଼। ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅନୁଷ୍ଠାନ। ଆଠଗଡ଼ ଗୋ ତସ୍କରୀକୁ ନେଇ ଏବେ ରାଜ୍ୟସାରା ପ୍ରତିବାଦ ଜୋର ଧରୁଥିବା ବେଳେ ଦୋଷୀଙ୍କ ବିରୋଧରେ ସରକାର କେବେ ନେଉଛନ୍ତି ବଡ଼ ଆକ୍ସନ ତାକୁ ରହିଛି ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: