ATM ତାଡି ଲୁଟ୍ ଘଟଣା, ୬ ଗିରଫ
·1 year ago·1 min read

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଅଞ୍ଚଳରେ ATM ତାଡି ନେଇ ଲୁଟ୍ ଘଟଣା । ୬ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ଏୟାରଫିଲଡ଼ ଅଞ୍ଚଳରୁ ଗିରଫ ହେଲେ ଅଭିଯୁକ୍ତ । ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ ହୋଇଥିବା ସୂଚନା । ଏହାସହ ଆହୁରି ୨ ଅଭିଯୁକ୍ତ ଫେରାର । ସେମାନଙ୍କୁ ଧରିବା ପାଇଁ ଦିଲ୍ଲୀ ଯାଇଛି କମିଶନରେଟ ପୋଲିସ । ATM ତାଡି ଲୁଟ ଟଙ୍କାକୁ ଘରର ଇଣ୍ଟେରିୟରରେ ଖର୍ଚ୍ଚ କରୁଥିଲା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି । 6 ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ରହିଛି ।
ଡିସେମ୍ବରରେ ଜାମିନରେ ମୁକୁଳିବା ପରେ ଜାନୁଆରିରେ କରିଥିଲା ATM ଲୁଟ୍ । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ରେଡ୍ କରୁଛି ପୋଲିସ । ଗିରଫ 6 ଅଭିଯୁକ୍ତ ମାନେ ହେଲେ ଭିକି ଓରଫ ଦେବିପ୍ରସାଦ ମଲ୍ଲିକ, କାହ୍ନା ଓରଫ ରମାକାନ୍ତ ସାହୁ, ସାଗର ସାମଲ, ବାରୁ ଓରଫ ବିରେନ ରାଉତ, ଆକାଶ ମହାପାତ୍ର ଓ ଆକାଶ ମୁଖାର୍ଜୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: