Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବବି ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ହିମାଂଶୁଙ୍କ ସମର୍ଥକ ଦାବି

Odisha

ବବି ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ହିମାଂଶୁଙ୍କ ସମର୍ଥକ ଦାବି

Smruti Parija
Browse all articles by Smruti Parija
·1 year ago·1 min read
ବବି ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ହିମାଂଶୁଙ୍କ ସମର୍ଥକ ଦାବି

ଯାଜପୁର: ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ବିଭିନ୍ନ ସ୍ଥାନରେ ପୋଲିସ ର ତିନୋଟି ଟିମ୍ ଚଢାଉ କରି ୪ଜଣଙ୍କୁ ଅଟକ ରଖିଛି । ତେବେ ଅନ୍ୟମାନେ ଏଯାଏଁ ଫେରାର୍ ଅଛନ୍ତି । ବିଳମ୍ବିତ ରାତିରେ ଅତିରିକ୍ତ ଡିଜି ପହଁଚି ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାପୋଲ ନିକଟରେ ଯାଉଥିବା ବେଳେ ବିଧାୟକ ହିମାଂଶୁ ସାହୁଙ୍କ ଗାଡ଼ି ଅଟକାଇ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । 

ଏହି ଘଟଣା ନେଇ ସିଧାସଳଖ ବିଜେଡ଼ି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ତାଙ୍କ ଭାଇ ଲଲଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ହିମାଂଶୁ କହିଛନ୍ତି ସେ ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ। କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ସେଠାରେ ତାଙ୍କ ଗାଡ଼ି ଅଟକି ଥିଲା । କିଛି ଲୋକ ତାଙ୍କ ଆଡ଼କୁ ମାଡି ଆସିଥିଲେ। ବିଧାୟକଙ୍କ ଗାଡିକୁ ରଡ଼ ଓ ଠେଙ୍ଗାରେ ପିଟି ଥିଲେ। ବିଧାୟକଙ୍କୁ ପିଟି ସେ ପିନ୍ଧିଥିବା ଚେନ୍ ଛିଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବବି ଭାଇ ଜିନ୍ଦାବାଦ କହି ଆକ୍ରମଣ କରିଥିବା କହିଛନ୍ତି ଧର୍ମଶାଳା ବିଧାୟକ।  ସେପଟେ ବବି ଦାସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ହିମାଂଶୁଙ୍କ ସମର୍ଥକ। 

ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାପରେ ପୋଲିସ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଯାଜପୁର SP ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ବବି ଦାସଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ହୋହଲ୍ଲା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
attack-on-bjp-mla- | Argus News