Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ କର୍ମଚାରୀଙ୍କୁ ଆକ୍ରମଣ, ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବନ କର୍ମଚାରୀଙ୍କୁ ଆକ୍ରମଣ, ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Key Points

ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ
୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ବାଘଛାଲ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯିବା ବେଳେ ଆକ୍ରମଣ 

ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜଳଡିହା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ହୋଇଥିବା ମହିଳା ଫରେଷ୍ଟ ଗାର୍ଡ ହେଲେ ମିନାକ୍ଷୀ ମଞ୍ଜରୀ ସିଂ । ତେବେ ଘଟଣା ଅନୁସାରେ ୨୦୨୪ ମସିହା ନଭେମ୍ବର ମାସରେ ବନ ବିଭାଗ ଏକ ବାଘଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଳିତ ୧୫ ତାରିଖରେ ବାରିପଦା ଓ ବାଙ୍ଗିରିପୋଷି ବନ ବିଭାଗର ୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ଭୁଆଶୁଣୀ ପଞ୍ଚାୟତ ଜଳଡିହା ଦୁମାସାହିକୁ ଚଢ଼ାଉ ପାଇଁ ଯାଇଥିଲେ ।


ଭାଗିରଥୀ ମାରାଣ୍ଡି ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ ସେଠାରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ ବନ କର୍ମଚାରୀ । ଏନେଇ ବାଙ୍ଗିରିପୋଷି ରେଞ୍ଜର ମହେଶ୍ଵର ସିଂ ଅଗଷ୍ଟ ୧୬ ତାରିଖ ଥାନାରେ ଅଭିଯୋଗ କରିଥିଲେ ଏବଂ ସର୍ବସମ୍ମୁଖରେ କାଠ ଫାଳିଆରେ ସଂଘବଧ ଆକ୍ରମଣର ଶିକାର ହୋଇଥିଲେ । ଯାହା ଫଳରେ ବନ କର୍ମଚାରୀ ଆହତ ହୋଇଥିଲେ। ଏଘଟଣାକୁ ନେଇ ଦୀର୍ଘ ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on forest staff, zero action taken even after 8 days || Argus News | Argus News